ଦେଓଗାଁ ଡାକ ବଙ୍ଗଳା ଛକ ନବାହ ପାରାୟଣ : ସୀତାରାମ ବିବାହ ପଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡାକ ବଙ୍ଗଳା ଛକ, ସାରସବାହାଲ ତଥା ବଣିକ ସଂଘ ଓ ସତସଂଘ ମଣ୍ଡଳୀର ଆନୁକୂଲ୍ୟରେ ଶନିବାର ଦିନରୁ ଆରମ୍ଭ ହୋଇଥିବା ଷଷ୍ଠତମ ଶ୍ରୀରାମ ଚରିତ ମାନସ (ତୁଳସୀ ରାମାୟଣ) ନବାହ ପରାୟଣର ସୋମବାର ସୀତା ବିବାହ ପଠନ କରାଯାଇଛି । ଏହି ପାରାୟଣ ପଠନରେ ଯଜ୍ଞାଚାର୍ଯ୍ୟ ଭାବେ ପଣ୍ଡିତ ବାଳକୃଷ୍ଣ କର ଓ ହରିକଥା ସେବକ ଭାବେ କୁଲିହାବାହାଲର ଶ୍ରୀମାନ ପ୍ରଶାନ୍ତ ମିଶ୍ର ଦାୟିତ୍ୱ ନେଇଥିବା ବେଳେ ଯଜ୍ଞକର୍ତ୍ତା ଭାବେ ଗୀତାଞ୍ଜଳି ଗଡ଼ତ୍ୟା ଓ ହୃଦାନନ୍ଦ ଗଡ଼ତ୍ୟା ଦାୟିତ୍ୱ ନେଇଛନ୍ତି । ଶାନ୍ତିଶୃଙ୍ଖଳା ସହ ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ସଭାପତି ମାର୍କଣ୍ଡ ମେହେର, ଉପସଭାପତି ପପୁ ପାତ୍ର, ସଂପାଦକ ବାଳମକୁନ୍ଦ ପରୁଆ, ସହ ସଂପାଦକ ଟୁନା ଚାନ୍ଦ ଓ କୋଷାଧ୍ୟକ୍ଷ ଗଣେଷ ମେହେର ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ଶନିବାର ଦିନରୁ ପ୍ରାତଃ ସକାଳ ୯ଟାରୁ ଅପରାହ୍ନ ପ୍ରାୟ ୪ଟା ପର୍ଯ୍ୟନ୍ତ ପାରାୟଣ ପଠନ ହେଉଛି । ଏହି ହରିକଥା ଶୁଣିବା ପାଇଁ ଅଞ୍ଚଳର ପ୍ରାୟ ୧୦ଟିରୁ ଅଧିକ ଗାଁରୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି । ପାରାୟଣ ପଠନ ପରେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଛି । ଏହି ପାରାୟଣ କାର୍ଯ୍ୟକ୍ରମ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ନେଇ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.