oom

ପଣ୍ଡରାନି ଗ୍ରାମରେ ସୁନ୍ଦରାକାଣ୍ଡ ପାରାୟଣ ଓ ସାମୁହିକ ହନୁମାନ ଚାଳିଶା ପଠନ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦିବ୍ୟଭୂମି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଲୋଇସିଂହା ବ୍ଲକ ପଣ୍ଡରାନି ଗ୍ରାମ ରାମଲୀଳା ଅନୁଷ୍ଠାନ ତଥା ଗ୍ରାମବାସୀଙ୍କ ମିଳିତ ସହଯୋଗ କ୍ରମେ ଗ୍ରାମରେ ସୁନ୍ଦରାକାଣ୍ଡ ପାରାୟଣ ତଥା ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଜୟ ଶ୍ରୀରାମ ଜପ ପୂର୍ବକ ପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ ନେଇ ଏକ ଭବ୍ୟ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇଥିଲା । ଦାଦରପଡ଼ା ଓ ରାମଜୀ କୀର୍ତ୍ତନ ମଣ୍ଡଳୀ ଏଥିରେ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ । ବିଧାୟକ ଡ. ମୁକେଶ ମହାଲିଙ୍ଗ, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ସରପଞ୍ଚ ଉପାସିନୀ ପଟେଲ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ମଧ୍ୟରାତ୍ରରେ ସ୍ଥାନୀୟ କଳାକାରମାନଙ୍କ ଦ୍ଵାରା ଶ୍ରୀରାମ ଅଭିଷେକ ରାମଲୀଳା ନାଟକ ପରିବେଷିତ ହୋଇଥିଲା । ଗାନ୍ଧୀ ପଧାନ, ଗୌରୀଶଙ୍କର ସାହୁ, ଜୟଚନ୍ଦ୍ର ପଧାନ, ଶରତ ସାହୁ, ଡାକ୍ତର ଥାଟି, ପ୍ରଫୁଲ୍ଲ ଥାଟି, ଅକ୍ଷୟ ବିଶି, ନେହେରୁ ଯୁଏଡ, ଢେକାଲ ଭୁକ୍ତା, ଜେଠୁ ସାହୁ, ଲେକୃ ଧରୁଆ, ଭଗବାନ ପରୁଆ, ରସିକ ପଧାନ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.