ଜରାଜୀର୍ଣ୍ଣ ଅବସ୍ଥାରେ କାଠ ପୋଲ : ପ୍ରଶାସନ ଆଖିରେ ଅନ୍ଧପୁଟୁଳି

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜରାଜୀର୍ଣ୍ଣ ଅବସ୍ଥାରେ କାଠ ପୋଲ । ପ୍ରଶାସନ ଆଖିରେ ଅନ୍ଧପୁଟୁଳି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋଡ଼ିବାଲି ପଞ୍ଚାୟତର ପଣସଗୁଡା ଗ୍ରାମର ବାସ୍ତବିକ ଚିତ୍ର ଦେଖିବାକୁ ମିଳିଛି । ଲୋକେ ସାତ ଦଶନ୍ଧି ଧରି ବିପଦ ସଂକୁଳ ଅବସ୍ଥାରେ ନଈ ପାର ହୋଇ ବାହାରକୁ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି । ଆଜକୁ ପ୍ରାୟ ତିନି ବର୍ଷ ହେବ ଉକ୍ତ ପଞ୍ଚାୟତରେ ଶ୍ୟାମଧର ମାଝୀ ଜଣେ ନିଷ୍ଠାବାନ ଯୁବକ ଗ୍ରାମ୍ୟ ରୋଜଗାର ସେବକ ଭାବେ କାର୍ୟ୍ୟ କରୁଥିଲେ । ଶ୍ୟାମଧର ପଞ୍ଚାୟତରେ ଜିଆର୍‌ଏସ୍‌ ଥିବା ସମୟରେ ପଣସଗୁଡ଼ା ଗ୍ରାମକୁ ନଈ ପାର ହୋଇ ଯାତାୟତ ପାଇଁ ରାସ୍ତା ଓ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ଗୁହାରି କରିଥିଲେ । କିନ୍ତୁ ସରକାର ନ ଶୁଣିବାରୁ ଶେଷରେ ଶ୍ୟାମଧର ମାଝୀ ନିଜସ୍ୱ ଅର୍ଥରେ ଗ୍ରାମବାସୀଙ୍କ ସହଯୋଗରେ ଅଞ୍ଚଳବାସୀଙ୍କ ପାଇଁ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଥିଲେ । ଏହି କାଠ ପୋଲକୁ ସ୍ଥାୟୀ ପୋଲ ନିର୍ମାଣ ପାଇଁ ପ୍ରଶାସନକୁ ଗୁହାରି କରିଥିଲେ । ତଥାପି କେହି ଗୁହାରି ଶୁଣି ନ ଥିଲେ । ବିଭିନ୍ନଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଗଭୀର ନିଦ୍ରାରେ ଶୋଇଥିବା ବେଳେ ନିର୍ମାଣର ପ୍ରାୟ ତିନି ବର୍ଷ ପରେ ଚଳିତ ଲଗାଣ ବର୍ଷାରେ ଆଜି କାଠ ପୋଲଟି ଜରାଜୀର୍ଣ୍ଣ ଅବସ୍ଥାରେ, ପଡ଼ିରହିଛି । ପଣସଗୁଡ଼ା ସହ ପାଞ୍ଚଖଣ୍ଡ ଗ୍ରାମବାସୀ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାତାୟତରେ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି । ଏନେଇ ରାସ୍ତା ଓ ସ୍ଥାୟୀ ପୋଲ ପାଇବା ପାଇଁ ସରକାର ପ୍ରଶାସନକୁ ଗୁହାରି କରିଛନ୍ତି ଅଞ୍ଚଳବାସୀ । ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ କାଶୀପୁର ବ୍ଲକ ପ୍ରଶାସନ ସମ୍ମୁଖରେ ଧାରଣାରେ ବସିବାକୁ ପଛାଇବେ ନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି ।

jittmm
Leave A Reply

Your email address will not be published.