
ଜୟପାଟଣା, (ଶେଷଦେବ ବେହେରା ) : ଜୟପାଟଣା ସହରର ଏକ ପ୍ରତିଷ୍ଠିତ ପରିବାରର ଧର୍ମ ପରାୟଣ ମହିଳା ବିନୋଦିନୀ ପଣ୍ଡାଙ୍କ ୬୫ବର୍ଷ ବୟସର ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ସ୍ୱର୍ଗତା ପଣ୍ଡା ନିଜର ଜୀବନ କାଳ ମଧ୍ୟରେ ଏକ ସାଧାରଣ ଜୀବନ ଶୈଳୀ ମଧ୍ୟରେ ଧର୍ମ ଜାଗରଣ ଓ ସଂସ୍କାରକୁ ପାଥେୟ କରି ସମଗ୍ର ଅଞ୍ଚଳରେ ନିଜର ପରିଚୟ ରଖି ପାରିଥିଲେ । ସ୍ୱର୍ଗତା ପଣ୍ଡା ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ମନୋଜ ପଣ୍ଡାଙ୍କ ଧର୍ମପତ୍ନୀ ଥିଲେ । ତାଙ୍କର ବଡ଼ ପୁଅ ମାଣିକ୍ୟ ଜ୍ୟୋତି ଓ ସାନପୁଅ ମଧୁମଙ୍ଗଲ ମୃତ୍ୟୁ ଶଯ୍ୟାରେ ଉପସ୍ଥିତ ଥିବା ବେଳେ ଦୁଇ ବୋହୂ ଓ ପରିବାର ଲୋକ ଉପସ୍ଥିତ ଥିଲେ । ଅନ୍ତିମ ଦର୍ଶନ ପାଇଁ ଶତାଧିକ ଲୋକ ଘରେ ରୁଣ୍ଡ ହୋଇ ଅନ୍ତିମ ଦର୍ଶନ ପାଇଁ ଉପସ୍ଥିତ ଥିବା ସୂଚନା ମିଳିଛି । ଅପରାହ୍ନ ତିନିଟା ପରେ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି