oom

ପୂର୍ବତନ ବିଜେପି ବିଧାୟକ ମହମ୍ମଦ ରଫିକଙ୍କ ପରଲୋକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ପୁରାତନ ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ମହମ୍ମଦ ରଫିକ୍‌ଙ୍କ ୭୧ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ସେ କିଛି ଦିନ ହେବ ବରଗଡ଼ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସ୍ୱର୍ଗତଃ ରଫିକ୍ ୨୦୦୪ରୁ ୨୦୦୯ପର୍ଯ୍ୟନ୍ତ ମେଲଛାମୁଣ୍ଡା ବିଧାନସଭା କ୍ଷେତ୍ରର ବିଧାୟକ ଥିଲେ । ଏଥିସହ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଥିଲେ । ସେ ସୋହେଲା ଦୁର୍ଗାପୂଜା କମିଟିର ଉପ ସଭାପତି ମଧ୍ୟ ଥିଲେ । ନିଜର ଅମାୟିକ ବ୍ୟବହାର, ସରଳ ସ୍ୱଭାବ ପାଇଁ ସାଧାରଣଲୋକଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ତାଙ୍କ ବିୟୋଗରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ କୁମାର ମହାନ୍ତି ଶୋକ ବ୍ୟକ୍ତ କରିଛନ୍ତି । ସ୍ୱର୍ଗତଃ ରଫିକ୍‌ଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ଶ୍ରୀ ସାମଲ ଓ ଶ୍ରୀ ମହାନ୍ତି ପ୍ରାର୍ଥନା କରିଛନ୍ତି ।

jittmm
Leave A Reply

Your email address will not be published.