centurian jitm

ଧ୍ରୁବ ଚରଣ ବାରିକଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ସାଢେ଼ ୧ଟା ସମୟରେ ଦେଓଗାଁ ବ୍ଲକ ଯୋଗାଣ ସହାୟକ ସଂଘର ସଭାପତି ଅମୂଲ୍ୟ ବାରିକଙ୍କ ପିତା ତଥା କଛାରପାଲି ଜଗନ୍ନାଥ କୀର୍ତ୍ତନ୍ୟ ମଣ୍ଡଳୀର ଦୀର୍ଘ ବର୍ଷ ଧରି ଦାୟିତ୍ୱରେ ଥିବା ମ୍ୟାନେଜର ଧୃବ ଚରଣ ବାରିକ(୬୦)ଙ୍କ ଦେହାନ୍ତ ହୋଇଯାଇଛି । ସେ କିଛି ବର୍ଷ ହେଲା ଅସୁସ୍ଥ ଥିଲେ । ଶେଷ ସମୟରେ ଧର୍ମପତ୍ନୀ ଧନମତୀ ବାରିକ, ଦୁଇ ପୁଅ ଅମୂଲ୍ୟ, ଟିକୁନ ଓ ଝୀଅ ମଞ୍ଜରୀ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ବନ୍ଧୁ ବାନ୍ଧବ ସହ କଛାରପାଲି ପ୍ରଗତି ଯୁବକ ସଂଘର କର୍ମକର୍ତ୍ତା ସହ ଜଗନ୍ନାଥ କୀର୍ତ୍ତନ୍ୟ ମଣ୍ଡଳୀର ସଭ୍ୟମାନେ ଶେଷ ଦର୍ଶନ କରିଥିଲେ । ଧୃବ ବାରିକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଓଗାଁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଶତାଧିକ ଲୋକଙ୍କ ସମାବେଶରେ ସୋନଗନ ନଦୀରେ ଶେଷକୃତ୍ୟ କରାଯାଇଥିଲା । ଜ୍ୟେଷ୍ଠ ପୁଅ ଅମୂଲ୍ୟ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.