ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ଧର୍ମ ପରାୟଣା ମହିଳା ସୌଦାମିନୀ ମେହେର(୮୪) ଗତ ୧୬ତାରିଖ ଅର୍ଦ୍ଧରାତ୍ରରେ ଇହାଧ୍ୟାମ ତ୍ୟାଗ କରିଛନ୍ତି । ତାଙ୍କର ପରଲୋକ ଖବର ପ୍ରସାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି । ସ୍ୱର୍ଗତ ମେହେର ସାଲେପାଲି ସ୍ଥିତ ରାଧାକୃଷ୍ଣ ଭଗବତ ମନ୍ଦିରର ପ୍ରତିଷ୍ଠାତା ଗୁରୁ ଗୌତମ ପ୍ରସାଦ ମେହେରଙ୍କ ଧର୍ମପତ୍ନୀ ତଥା ଦିବଂଗତ ସମାଜସେବୀ ଗାର୍ଗବ ପ୍ରସାଦ ମେହେରଙ୍କ ଭାଉଜ ଅଟନ୍ତି । ତାଙ୍କ ଶେଷ ସମୟରେ ପୁଅ ସୁଧାଂଶୁ, ଶୁଭ୍ରାଂଶୁ, ସିତାଂଶୁ, ମାନସ, ଝିଅ ସୁଜାତା, ସୁନୀତା, ଗୀତା, ମୀତା, ଶାନ୍ତା, ସ୍ମିତା ସହ ନାତିନାତୁଣୀ ଓ ଜ୍ୱାଇଁମାନେ ଉପସ୍ଥିତ ଥିଲେ । ସୋନଗଡ ନଦୀ କୂଳରେ ଥିବା ସ୍ମୁତି ପୀଠରେ ଗୁରୁବାର ସକାଳେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଜ୍ୟେଷ୍ଠ ପୁଅ ସୁଧାଂଶୁ ମୁଖାଗ୍ନି ଦେଇଥିଲେ । ଅନ୍ତିମ ଯାତ୍ରାରେ ଶତାଧିକ ଜନସାଧାରଣ ସାମିଲ ହେବା ସହ ଜଣେ ଅତ୍ୟନ୍ତ ଧର୍ମ ପରାୟଣ, ପରୋପକାରୀ ମହିଳାଙ୍କ ଆତ୍ମାର ସତ୍ଗତି ମାନସୀ ସ୍ମୃତି ଚରଣ କରିଥିଲେ ।