
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ତେତେଲପଡା ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା କପିଲାଭଟା ପଞ୍ଚାୟତ ତାଲଭଟା ନିବାସୀ କୀର୍ତ୍ତନ ବେହେରାଙ୍କ ୫୭ ବର୍ଷ ବୟସ ରେ ପରଲୋକ ହୋଇଛନ୍ତି । ଗତ କିଛି ବର୍ଷ ହେବ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ କିଛି ଦିନ ହେଲା ସେ ଅସୁସ୍ଥତା ଅବଲମ୍ବନ କରୁଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶେଷ ଦର୍ଶନ କରିବା ପାଇଁ ଲୋକଙ୍କ ସୁଅ ଛୁଟିଥିଲା । ତାଙ୍କରର ବଡପୁଅ ନରେଶ ବେହେରା ମୁଖାଗ୍ନି ଦେଇଥିବା ବେଳେ ସାନପୁଅ କୁଶଧ୍ୱଜ ବେହେରା, ସ୍ତ୍ରୀ, ବୋହୁ, ଝିଅ, ଜ୍ୱାଇଁ ଏବଂ ବନ୍ଧୁବାନ୍ଧବ, ସମ୍ପର୍କୀୟ, ଶୁଭେଚ୍ଛୁ ପହଞ୍ଚି ଶେଷ ଦର୍ଶନ କରିଥିଲେ । ସ୍ଥାନୀୟ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେ ଦୀର୍ଘ ବର୍ଷରୁ ବିଭିନ୍ନ ସଂଗଠନରେ ରହି ଲୋକଙ୍କ ସେବା କରୁଥିଲେ । ସେ ଗାଁରେ ହେଉଥିବା ରାମାୟଣ ନାଟକ ରେମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ସେ ଜଣେ ଅଞ୍ଚଳର ବିଶିଷ୍ଟ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ମୃତ୍ୟୁ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।