ଧର୍ମପରାୟଣା ମହିଳାଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଭେଡେନ ଗ୍ରାମର ଧର୍ମପରାୟଣା ମହିଳା ଶାନ୍ତି ମେହେରଙ୍କ ବୁଧବାର ଦିନ ସକାଳ ଘ୧୦.୩୦ ମିନିଟରେ ତାଙ୍କ ବାସ ଭବନରେ ପରଲୋକ ହୋଇ ଯାଇଛି । ତାଙ୍କର ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା ପରୋପକାର ଥିଲେ । ତାଙ୍କ ପଛରେ ତିନି ପୁଅ ଦୟାସାଗର ମେହେର, ବଜରଙ୍ଗ ମେହେର, ଶ୍ଵେତ କୁମାର ମେହେର ଓ ତିନି ବୋହୂ, ନାତି ନାତୁଣୀ ଉପସ୍ଥିତ ଥିଲେ । ତାଙ୍କର ଅନ୍ତିମ ସଂସ୍କାରରେ ବଡ଼ ପୁଅ ଦୟାସାଗର ମେହେର ମୁଖାଗ୍ନି ଦେଇଥିଲେ । ଚିଚିଣ୍ଡା ପର୍ଲିଶ୍ରୀ ମହାବିଦ୍ୟାଳୟର ଲାଇବ୍ରେରୀଏନ୍‌ ଶ୍ଵେତ କୁମାର ମେହେରଙ୍କ ମାତା ଅଟନ୍ତି । ତାଙ୍କର ପରଲୋକରେ ଗ୍ରାମ ତଥା ଆଖ ପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.