om academy

ବିଶିଷ୍ଟ ସାହିତ୍ୟକ ଲକ୍ଷ୍ମୀଧର ଦଳେଇଙ୍କ ପରଲୋକ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୋହନପୁର ଗ୍ରାମର ବିଶିଷ୍ଟ ସାରସ୍ୱତ ଲକ୍ଷ୍ମୀଧର ଦଳେଇ ଓରଫ ଗୁଜୁରୀ ଭାଇ(୭୧)ଙ୍କ ପରଲୋକ ଘଟିଛି । ଡେଲାଙ୍ଗ ସାହିତ୍ୟ ସଂସଦର ପ୍ରତିଷ୍ଟତା ଓ ସଭାପତି ଥ୍ରଲେ । ସେ ପ୍ରତିବର୍ଷ କବି ସମ୍ମିଳନୀ ଆୟୋଜନ କରି କବି/କବୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରୁଥିଲେ । ତାଙ୍କର ସ୍ୱଲିଖିତ କବିତା ଗେଲିବୋଉ ପାଇଁ ବେଶ ଲୋକପ୍ରିୟ ଥିଲେ । ଦୂରଦର୍ଶନ ଓ ବେତାର କେନ୍ଦ୍ରରେ ସ୍ୱରଚିତ କବିତା ଆବୃତି ନେଇ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ଜଣେ ଧର୍ମପରାୟଣ, ମେଳାପୀ, ପରପୋକାରୀ, କର୍ତ୍ୟବନିଷ୍ଟ, ସରଳ ମଣିଷ ଥିଲେ । ତାଙ୍କର ଏହି ମୃତ୍ୟୁ ଖବର ଶୁଣି ସମଗ୍ର ଅଚଂଳରେ ଶୋକର ଛାୟା ଖେଳି ଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ, ସାରସ୍ୱତ ସାଧକ, ଶିକ୍ଷାବିତ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ୱର୍ଗତ ଦଳେଇଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.