ପଦ୍ମପୁର ଗୌନ୍ତିଆ ଭାରତ ଚନ୍ଦ୍ର ମେହେରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୋଡ଼ାସମ୍ବର ମାଟିର ଆଉ ଜଣେ ସୁଯୋଗ୍ୟ ସନ୍ତାନ, ଜଣେ ବରିଷ୍ଠ କଳାକାର, ନାଟ୍ୟ ନିର୍ଦେଶକ ଲେଖକ, ସମାଜସେବୀ ତଥା ପଦ୍ମପୁରର ଗୌନ୍ତିଆ ଭାରତ ଚନ୍ଦ୍ର ମେହେରଙ୍କର ଆଜି ପଦ୍ମପୁର ମେହେରପଡ଼ା ସ୍ଥିତ ନିଜସ୍ୱ ବାସଭବନରେ ପରଲୋକ ହୋଇ ଯାଇଅଛି । ଜମିଦାରୀ ସମୟରେ ପଦ୍ମପୁର ସେଟଲମେଣ୍ଟ ଅଧିକାରୀ ଭାବରେ ମଧ୍ୟ ସେ କାର୍ଯ୍ୟ ତୁଲାଇ ଥିବା ବେଳେ କଳା ଓ ସଂସ୍କୃତି ପ୍ରତି ମଧ୍ୟ ତାଙ୍କର ବିଶେଷ ପ୍ରେମ ରହିଥିଲା । ଆଜି ତାଙ୍କର ମହାପରାୟଣରେ ଅଞ୍ଚଳବାସୀ ଗଭୀର ମର୍ମାହତ ଥିବା ଜଣାପଡିଛି । ତାଙ୍କର ଅନ୍ତିମ ସଂସ୍କାର ଯାତ୍ରାରେ ପଦ୍ମପୁରର ବହୁ ଜନସାଧରଣ ଯୋଗ ଦେବା ସହ ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ସ୍ୱର୍ଗଦ୍ୱାରଠାରେ ତାଙ୍କର ଅନ୍ତିମ କ୍ରିୟା ସଂପୂର୍ଣ୍ଣ ହୋଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ପ୍ରଦୀପ ମେହେର ମୁଖାଗ୍ନି ଦେଇଥିଲେ । ପଦ୍ମପୁର ଗୌନ୍ତିଆ ଭାରତ ଚନ୍ଦ୍ର ମେହେରଙ୍କ ବିୟୋଗରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.