ଧର୍ମପରାୟଣ ମହିଳା ଶୋଭାଗିନୀ ଷଡ଼ଙ୍ଗୀଙ୍କ ୯୦ ବର୍ଷ ବୟସରେ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଠିକାଦାର ପଡ଼ା ନିବାସୀ ଧର୍ମପରାୟଣ ମହିଳା ଶୋଭାଗିନୀ ଷଡ଼ଙ୍ଗୀଙ୍କ ୯୦ ବର୍ଷ ବୟସରେ ପରଲୋକ ଘଟିଛି । ସେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅବସରପ୍ରାପ୍ତ ଅଧିକାରୀ ସ୍ୱର୍ଗତ ତ୍ରିଲୋଚନ ଷଡ଼ଙ୍ଗୀଙ୍କ ପତ୍ନୀ ଅଟନ୍ତି । ସେ ଗାୟତ୍ରୀ ପରିବାରର ସଦସ୍ୟା ଭାବରେ ବେଶ ପରିଚିତ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ଏକମାତ୍ର ଝିଅ ମନୋରମା ମିଶ୍ର, ଜ୍ୱାଇଁ ସୁବୋଧ ମିଶ୍ରଙ୍କ ସମେତ ନାତିନାତୁଣୀ ଓ ପଣନାତିମାନେ ଉପସ୍ଥିତ ଥିଲେ । ସ୍ଥାନୀୟ ବିଭୂତି ପଡ଼ା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଯୁବ ସମାଜସେବୀ ସୁମିତ ମିଶ୍ର ଓ ବଡ଼ ନାତି ସୁରଜ ମିଶ୍ର ଉଭୟେ ମୁଖାଗ୍ନୀ ଦେଇଥିଲେ । ଶବାଧାରରେ ସ୍ଥାନୀୟ ବାସିନ୍ଦା, ସମ୍ପର୍କୀୟ ଓ ଗାୟତ୍ରୀ ପରିବାରର ସଦସ୍ୟ ସଦସ୍ୟା ସାମିଲ ଥିଲେ । ତାଙ୍କର ପରଲୋକରେ ପରିଚିତ ମହଲରେ ଶୋକ ପ୍ରକାଶ ପାଇଛି ।

Leave A Reply

Your email address will not be published.