ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ସମାଜସେବୀ କ୍ଷିରୋଦ ପ୍ରସାଦ ନେଗୀଙ୍କ ପୂଜ୍ୟା ମାତା ଯାଜ୍ଞସେନୀ ନେଗୀଙ୍କ ଭବାନୀପାଟଣା ସ୍ଥିତ ତାଙ୍କ ବାସଭବନରେ ଗତ ଶନିବାର ତା-୨୭/୧୨/୨୫ ରାତି ୯ ଘଟିକା ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଶ୍ରୀମତୀ ନେଗୀଙ୍କ ମୃତ୍ୟୁରେ ସମସ୍ତ ନେଗୀ ପରିବାର ଶୋକାତୁର ହୋଇ ପଡିଛନ୍ତି । ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ କଳାହାଣ୍ଡି ଜିଲ୍ଲା ବ୍ରାହ୍ମଣ ସମାଜର କର୍ମକର୍ତ୍ତା, ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ବିଶେଷ, ସମାଜସେବୀ ଓ ଆଇନଜୀବୀ ମାନଙ୍କ ପକ୍ଷରୁ ସମବେଦନା ଜ୍ଞାପନ କରାଯାଇଛି । ଶ୍ରୀମତୀ ନେଗୀଙ୍କ ମୃତ୍ୟୁ ବେଳକୁ ତାଙ୍କ ଏକମାତ୍ର ପୁତ୍ର କ୍ଷୀରୋଦ ପ୍ରସାଦ ନେଗୀ, ଚାରି ଝିଅ ଓ ଜ୍ୱାଇଁ, ନାତିନାତୁଣୀ, ସମସ୍ତ ନେଗୀ ପରିବାର ବର୍ଗ ଉପସ୍ଥିତ ଥିଲେ । ସ୍ଥାନୀୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ପୁତ୍ର କ୍ଷୀରୋଦ ପ୍ରସାଦ ନେଗୀ ମୁଖାଗ୍ନି ଦେଇଥିଲେ । ତାଙ୍କ ଶବାଧାରରେ ଶତାଧିକ ଲୋକ ସାମିଲ ହୋଇଥିଲେ ।
Prev Post
Next Post