ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିଂହାଟୀମାଲ ଗାଁର ଗୌନ୍ତିଆ କ୍ଷୀରୋଦ୍ର ଗଡ଼ତ୍ୟା (୯୧)ଙ୍କ ଶୁକ୍ରବାର ପ୍ରାତଃ ୫ଟା ସମୟରେ ପରଲୋକ ହୋଇଯାଇଛି । ତାଙ୍କ ଶେଷ ସମୟରେ ପତ୍ନୀଙ୍କ ସହ ପରିବାର ବର୍ଗ ଉପସ୍ଥିତ ଥିଲେ । ସକାଳ ସାଢେ଼ ୯ଟା ସମୟରେ ଗାଁ ମଶାଣିରେ ଶେଷକୃତ୍ୟ କରାଯାଇଥିବା ବେଳେ ପୁଅ ଦୌଲତ ଗଡ଼ତ୍ୟା ମୁଖାଗ୍ନୀ ଦେଇଥିଲେ । ସେ ଏକାଧାରରେ ଜଣେ ସଂକୀର୍ତ୍ତନ ବାହାକ, ବଂଶୀ ବାଦକ ସହ ଆଖ ପାଖ ଅଂଚଳର ଶ୍ରୀରାମଲୀଳାର ବଦ୍ୟକାର ଭାବେ ପରିଚିତ ଥିଲେ । ତାଙ୍କ ସଂକୀର୍ତ୍ତନ ପାଇଁ ସେ ବଲାଙ୍ଗିର ସହ ସୋନପୁର, ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରଶଂସିତ ହୋଇଥିଲେ ।
Next Post