ଜୟପାଟଣା, (ଶେଷଦେବ ବେହେରା) : ସମଗ୍ର କଳାହାଣ୍ଡି ଜିଲ୍ଲାରେ ନିଜର ପ୍ରତିଭାର ଛାପ ଛାଡ଼ିଥିବା ଜୟପାଟଣା ସହରର ସୁପରିଚିତ ଶିକ୍ଷାବିତ୍ ନାରାୟଣ ପ୍ରସାଦ ବେହେରାଙ୍କ ୮୨ ବର୍ଷ ବୟସରେ ନିଜସ୍ଵ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଶତାଧିକ ଶୁଭେଚ୍ଛୁ, କୁଟୁମ୍ବ, ପରିବାର ବର୍ଗ ମର ଶରୀରର ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଜଣେ ମେଧାବୀ ଛାତ୍ର ଭାବରେ ନିଜର ଶିକ୍ଷା ଜୀବନ ଆରମ୍ଭ କରି ଜଣେ କ୍ରୀଡାବିତ୍, କ୍ରୀଡା ଶିକ୍ଷକ, ଶିକ୍ଷକତା, ନାଟ୍ୟକାର ମଧ୍ୟରେ ନିଜକୁ ସିମୀତ ନ ରଖି ଜଣେ ବାଗ୍ମୀ, ସାହିତ୍ୟିକ, ଧର୍ମାନୁରାଗି ଭାବରେ ନିଜର ପରିଚୟକୁ ଶାଣିତ କରିଥିଲେ । ଜୀବନର ଅନ୍ତିମ ବେଳା ପର୍ଯ୍ୟନ୍ତ ଧର୍ମକର୍ମରେ ନିଜକୁ ସାମିଲ କରିଥିଲେ । ତାଙ୍କର ଧର୍ମ ପତ୍ନୀ ବସନ୍ତ ମଞ୍ଜରୀ, ତିନି ପୁଅ ପ୍ରିୟରଞ୍ଜନ, ପ୍ରାଣରଞ୍ଜନ, ଚିତ୍ତରଞ୍ଜନ ଆଉ ଭଉଣୀ ପ୍ରଭାତ ନଳିନୀ ଓ ପ୍ରଣତି ସମସ୍ତେ ସଭାଧାନରେ ଉପସ୍ଥିତ ଥିଲେ । ଅପରାହ୍ନ ତିନିଟା ପରେ ସ୍ଥାନୀୟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି ।
Prev Post
Next Post