ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଶ୍ଚିମ ଓଡିଶାର ସୁନାମଧନ୍ୟ ରଙ୍ଗୀନ କୀର୍ତ୍ତନ ବାହାକ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଉପରବାହାଲ ଗ୍ରାମ ନିବାସୀ ଉସତ ବିଶ୍ୱାଳଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହେଉଥିଲା । ମାତ୍ର ୧୪ ବର୍ଷ ବୟସରୁ ସେ କୀର୍ତ୍ତନ ବାହାକ ଭାବରେ ନିଜ ଗ୍ରାମ ଉପରବାହାଲ ସମେତ ଆଖପାଖ ରେଙ୍ଗାଲି, ମହାଖଣ୍ଡ, ଡାଙ୍ଗବାହାଲ, ଶରଧାପାଲି, ବୁରୋମୁଣ୍ଡା ଗାଁ ଗୁଡିକରେ ସୁପରିଚିତ ହୋଇ ପାରିଥିଲେ । ନିଜର ସଂକୀର୍ତନ୍ୟ ଦଳ ସହିତ ମିଶି କଳା ପ୍ରଦର୍ଶନ କରି ଵାହାକ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ତଥା ସଙ୍କୀର୍ତ୍ତନ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
Next Post