ବନବାସ ମହାପାତ୍ରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ପୂର୍ବତନ ସଭାପତି ତଥା ସମାଜସେବୀ ବନବାସ ମହାପାତ୍ର (୮୪)ଙ୍କର ଗତ ଶୁକ୍ରବାର ରାତିରେ ନିଜ କ୍ଲବପଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ କିଛିକାଳ ଅସୁସ୍ଥ ଥିଲେ । ଶନିବାର ସକାଳେ ବିଭୂତିପଡା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । କଟକରେ କାର୍ଯ୍ୟରତ ତାଙ୍କ ଏକମାତ୍ର ପୁତ୍ର ବଳରାମ ମହାପାତ୍ର ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ମହାପାତ୍ରଙ୍କର ପତ୍ନୀ ଜୟକଢି, ପୁତ୍ରବଧୂ ବାସନ୍ତୀ, ଦୁଇ ଝିଅ ରୁକ୍ମିଣୀ ଓ ଭବାନୀ, ଜାମାତା ଜିତେନ୍ଦ୍ରିୟ ଦାଶ, ନାତି ଶ୍ରୀତମ ଓ କୌଶିକ, ନାତୁଣୀ ମେଘାରାଣୀ, ସ୍ୱସ୍ତିକା ଓ ସଞ୍ଚିତା ଅଟନ୍ତି । ସୂଚନାଯୋଗ୍ୟ, ସ୍ୱର୍ଗତ ମହାପାତ୍ର ସତୁରୀ ଦଶକରୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କର ନେତୃତ୍ୱ ନେଇ ସେମାନଙ୍କର ଅନେକ ସମସ୍ୟା ସମାଧାନ କରୁଥିଲେ । ରକ୍ତଦାନ ପରି ସମାଜ ସେବାରେ ସଂପୃକ୍ତ ଥିଲେ । ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରର ପରିକ୍ରମାର ନବଗ୍ରହ ଦେବୀଙ୍କ ସ୍ଥାପନାରେ ତାଙ୍କ ଅବଦାନ ରହିଥିଲା । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

Leave A Reply

Your email address will not be published.