centurian jitm

ଅବସର ପ୍ରାପ୍ତ ଶିକ୍ଷକ ଭାବଗ୍ରାହୀ ଠାକୁରଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଅଞ୍ଚଳର ଏକ ଜଣାଶୁଣା ବ୍ୟକ୍ତିତ୍ଵ ତଥା ଅବସର ପ୍ରାପ୍ତ ନିଷ୍ଠାବାନ ଶିକ୍ଷକ ଭାବଗ୍ରାହୀ ଠାକୁରଙ୍କ ୭୮ବର୍ଷ ବୟସରେ ନିଜ ଜୟପାଟଣା ସ୍ଥିତ ବାସଭବନରେ ଗୁରୁବାର ସକାଳେ ପରଲୋକ ହୋଇଯାଇଛି । ତାଙ୍କରି ଶିକ୍ଷକତା ସମୟରେ ନିଷ୍ଠାପର ସେବା ଦେଇ ୨୦୦୫ରେ ଅବସର ଗ୍ରହଣ କଲାପରେ ହିନ୍ଦୁ ସଙ୍ଗଠନ ପାଇଁ ନିଜକୁ ସମର୍ପିତ ରଖିଥିଲେ । ତାଙ୍କରି ମୃତ୍ୟୁ ଅଞ୍ଚଳ ପାଇଁ ଏକ ଶୂନ୍ୟତା ସୃଷ୍ଟି କରିଛି । ମୃତ୍ୟୁ ବେଳରେ ସମସ୍ତ ପରିବାର ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପ୍ରକାଶିତ ହେବା ପରେ ଅନେକ ଲୋକ ଶେଷ ଦର୍ଶନ ପାଇଁ ପହଞ୍ଚି ଥିଲେ । ସ୍ଥାନୀୟ ମଶାଣିରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କରି ତିନି ପୁଅ ସରୋଜ, ମନୋହର ଓ ମଦନ ଉପସ୍ଥିତ ରହି ଏକ ଶୋକାକୁଳ ପରିବେଶ ମଧ୍ୟରେ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.