
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାନ୍ତିଲତା ଉଦ୍ଗାତାଙ୍କ ୮୨ ବର୍ଷ ବୟସରେ ମାଲପଡା ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା ମହିଳା ଥିଲେ । ତାଙ୍କ ଶେଷ ସମୟରେ ତିନିପୁତ୍ର ଆଶୁତୋଷ, ଶିକ୍ଷାବିଦ୍ ରାଜେଶ, ରିତେଶ ଓ ତାଙ୍କର ୪ ଝିଅ ସବିତାଞ୍ଜଳି, ସଂଯୁକ୍ତା, ସିଗ୍ଧା ଏବଂ ସ୍ମିତା ତଥା ତାଙ୍କ ନାତିନାତୁଣୀ ଓ ତାଙ୍କ ଭାଇ ରବିନ୍ଦ୍ର ନନ୍ଦ, ଭଉଣୀ ସୁରୁଚି ଏବଂ ସୁପ୍ରଭା ଉପସ୍ଥିତ ଥିଲେ । ମୁଖାଗ୍ନି ରାଜେଶ ଉଦ୍ଗାତା ଦେଇଥିଲେ । ତାଙ୍କ ବିୟୋଗରେ ପରିଚିତ ମହଲରେ ଶୋକର ଛାୟା ଖେଳି ଯାଇଛି ।