ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାଞ୍ଜିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଗୋପଗଞ୍ଜନ ବେଣୁ ପାଣିଙ୍କ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା । ସ୍ୱର୍ଗତ ବେଣୁ ପାଣିଙ୍କ ମୃତ ଶରୀର ଶନିବାର ରାତିରେ ଜନ୍ମ ମାଟିରେ ବେଡ଼ା ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କରି ମୃତ୍ୟୁ ଖବର ପାଇବା ପରେ ଶିକ୍ଷକ ସଂଘର ଜିଲ୍ଲା ସଭାପତି ସୁରେନ୍ଦ୍ର ମୋହନ ଯୋଷୀ, ବିଇଓ ପ୍ରେମନାରାୟଣ ପଣ୍ଡା ପ୍ରମୁଖ ଶୋକ ସନ୍ତପ୍ତ ପରିବାର ଏଭଳି ଦୁର୍ଦ୍ଦିନରେ ଧର୍ଯ୍ୟ ରଖିବାକୁ ନିବେଦନ କରିଛନ୍ତି । ସୋମବାର ଦିନ ବାଞ୍ଜିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଶୋକ ସଭା ସିଆରସିସି ସିଦ୍ଧାର୍ଥ ମିଶ୍ର, ପରିଚାଳନା କମିଟି ଅଧ୍ୟକ୍ଷ ସୁକାନ୍ତି ପାଣି ଗିରି, ଶିକ୍ଷକ ଅଶୋକ କୁମାର ମୁଣ୍ଡ, ରାଜେନ୍ଦ୍ର ନାଏକ, ଦିଗନ୍ତ ପଟ୍ଟନାୟକ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଅମର ଆତ୍ମାର ସତ୍ଗତି କାମନା କରିଥିଲେ ।
Next Post