ରାଧେଶ୍ୟାମ ଦାଶଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ହାତୀସରା ପଞ୍ଚାୟତ ନାଇକେନଶୀରା ଗାଁର ରାଧେଶ୍ୟାମ ଦାଶ ( ୬୪)ଙ୍କ ଶନିବାର ସକାଳରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ଶେଷ ସମୟରେ ଧମପତ୍ନୀ ସ୍ନିଗ୍ଧା ଦାଶ ସହ ୨ପୁଅ ଉତ୍ତମ ଓ ପ୍ରେମ ସାଗର, ସାନ ଭାଇ ଗୋବିନ୍ଦ ପରିବାର ବର୍ଗ ଉପସ୍ଥିତ ଥିଲେ । ସେ ଜଣେ ପରୋପକାରୀ ବ୍ୟକ୍ତିଭାବେ ଜଣାଶୁଣା ଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଓଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ନିଜ କ୍ଷେତ ଜମୀରେ ଶେଷକୃତ୍ୟ କରାଯାଇଥିଲା । ଜ୍ୟେଷ୍ଠପୁତ୍ର ଉତ୍ତମ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.