ଡେଙ୍ଗୁରେ ଆକ୍ରାନ୍ତ ହୋଇ ବିଜେପି କର୍ମୀ ମୀନକେତନ ପ୍ରଧାନଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମର ବିଜେପି କର୍ମୀ ମୀନକେତନ ପ୍ରଧାନ(୪୦)ଙ୍କ ଡେଙ୍ଗୁରେ ଆକ୍ରାନ୍ତ ହୋଇ ରାୟପୁର ସ୍ଥିତ ବାଳାଜୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଗତ କିଛି ଦିନ ହେଲା ଶ୍ରୀ ପ୍ରଧାନ ଚାଷ କାର୍ଯ୍ୟ କରୁଥିବା ସମୟରେ ସାଧାରଣ ଜ୍ୱର ଅନୁଭବ କରିଥିଲେ । ଘରେ ଚିକିତ୍ସା କରିବା ସହିତ ନୂଆଁପଡା ସରକାରୀ ଡାକ୍ତରଖାନାରୁ ରାୟପୁର ବାଳାଜୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତର ମାନଙ୍କ ଉଦ୍ୟମ ସତ୍ତ୍ୱେ ମାରାତ୍ମକ ଡେଙ୍ଗୁ ପାଇଁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ସେ ଜଣେ ବିଜେପିର ସାଧାରଣ କର୍ମୀ ଭାବେ ଜଣାଶୁଣା ତଥା ଭଦ୍ର ଓ ମେଳାପୀ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ । ତାଙ୍କର ଦେହାନ୍ତ ପଛରେ ଧର୍ମପତ୍ନୀ ରେଖା ପ୍ରଧାନ, ଛୋଟ ଏକ କୁନି ଝିଅ ପରିଧି ପ୍ରଧାନ, ବାପା ନିଲାମ୍ବର ପ୍ରଧାନ ଓ ଛଅ ଭାଇ, ଭଉଣୀ ପରିବାରବର୍ଗଙ୍କୁ ଛାଡି ଯାଇଛନ୍ତି । ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି । ପାଇକମାଲ ଅଞ୍ଚଳରେ ଡେଙ୍ଗୁ ଧିରେ ଧିରେ କାୟା ବିସ୍ତାର କରୁଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ନିବେଦନ କରିଛନ୍ତି । ସ୍ୱର୍ଗତ ପ୍ରଧାନଙ୍କ ବିୟୋଗରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଶୋକ ବ୍ୟକ୍ତ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.