lika

ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ଗୁନିମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଡିଙ୍ଗର ଷଡ଼ଙ୍ଗୀଙ୍କ ପରଲୋକ

gbag

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ଗୁନିମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଡିଙ୍ଗର ଷଡ଼ଙ୍ଗୀ (୯୮)ଙ୍କ ଗତ ୫ ତାରିଖ ସକାଳ ୧୦.୩୦ମି ସମୟରେ ତାଙ୍କର ଗୁଡଭେଲା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କର ଜନ୍ମଭୂମି ଦେଓଗାଁ ବ୍ଲକ ଅର୍ନ୍ତଗତ ସାଲେପାଲି ଗ୍ରାମ ଓ କର୍ମଭୂମି ଗୁଡଭେଲା ଅଟେ । ମୃତ୍ୟୁ ସମୟରେ ତାଙ୍କର ପୁତ୍ର ସୁଧୀର ଷଡଙ୍ଗୀ, ବୀରେନ୍ଦ୍ର ଷଡଙ୍ଗୀ ଏବଂ ପୁତ୍ରବଧୂ ସସ୍ମିତା, ପଦ୍ମାବତୀ, ଝିଅ ସୌଦାମିନୀ, ଶୋଭାଗିନୀ, ଆହ୍ଲାଦିନୀ ଓ ପୁଷ୍ପାଞ୍ଜଳି ଏବଂ ଜ୍ୱାଇଁ ସହଦେବ ମିଶ୍ର, ସାଧୁରାମ ଦାଶ, ଜଗନ୍ନାଥ ଦାଶ, ହେମନ୍ତ କୁମାର ଦାଶ ତଥା ଭାଇ ସୋମନାଥ ଷଡ଼ଙ୍ଗୀ, କାର୍ତ୍ତିକ ଷଡ଼ଙ୍ଗୀ, ଦାମ୍ବୋଦର ଷଡ଼ଙ୍ଗୀ, ପୁତୁରା ରୁଦ୍ରଦେବ, ବେଣୁଧର, ରଞ୍ଜନ, ସୁବଳ, ଲକ୍ଷ୍ମୀକାନ୍ତ, କାହ୍ନୁ, ନରେନ୍ଦ୍ର, ଯୁଗଳ ଏବଂ ନାତି ରିଙ୍କୁ, ପିଙ୍କୁ, ଟିଙ୍କୁ, ମିକୁ, ନାତୁଣି ରୀନା, ଗୋଲ୍‌ଡି, ନାତୁଣୀ ବୋହୂ ପ୍ରାଚୀ ଏବଂ ଭାଇବୋହୂ, ପୁତୁରା ବୋହୂ ଉପସ୍ଥିତ ଥିଲେ । ବନ୍ଧୁବାନ୍ଧବ ତଥା ଶତାଧିକ ଗ୍ରାମବାସୀ ଶବାଧାରରେ ସାମିଲ ହୋଇଥିଲେ । ଗୁଡଭେଲା ସ୍ଥିତ ରାହୁଲ ନଦୀ କୂଳରେ ଥିବା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଜ୍ୟେଷ୍ଠପୁତ୍ର ସୁଧୀର ଷଡଙ୍ଗୀ ମୁଖାଗ୍ନୀ ଦେଇଥିଲେ ।

sandip
Leave A Reply

Your email address will not be published.