ଜୟପାଟଣା, (ଶେଷଦେବ ବେହେରା) : ଆଜି ସକାଳ ୭ ଘଣ୍ଟା ୫୫ ମିନିଟ ସମୟରେ ଜୟପାଟଣା ବ୍ଲକ ଅନ୍ତର୍ଗତ ପିପଳଗୁଡା ଗ୍ରାମର ସ୍ୱର୍ଗତ ଗୌରଚନ୍ଦ୍ର ପଣ୍ଡାଙ୍କ ୮୭ ବର୍ଷ ବୟସରେ ପରଲୋକ ଘଟିଛି । ସେ ୧୯୬୨ ମସିହାରୁ ୧୯୬୭ ମସିହା ପର୍ଯ୍ୟନ୍ତ ଜୟପାଟଣା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବରେ କାର୍ଯ୍ୟ ତୁଳାଇ ଥିଲେ । କେବଳ ଏହି ଅଞ୍ଚଳ ନୁହଁ ସମଗ୍ର ଜିଲ୍ଲା ଏବଂ ରାଜ୍ୟସ୍ତରରେ ରାଜନୈତିକ ସ୍ତରରେ ଏକ ଚର୍ଚ୍ଚିତ ଚେହେରା ଅଟନ୍ତି । ତାଙ୍କ ଅନ୍ତିମ ସଂସ୍କାରରେ ଅଞ୍ଚଳର ଶତାଧିକ ବ୍ୟକ୍ତି ବିଶେଷ ଯୋଗଦାନ କରିଥିବା ବେଳେ ଦ୍ୱିତୀୟ ପୁତ୍ର ଦିଲ୍ଲୀପ କୁମାର ପଣ୍ଡା ମୁଖାଗ୍ନି ଦେଇଥିଲେ ଓ ପ୍ରଥମ ପୁତ୍ର ପ୍ରଶାନ୍ତ କୁମାର ପଣ୍ଡାଙ୍କ ସହିତ ଚାରି ନାତି ରାଧାକାନ୍ତ, ଶ୍ରୀକାନ୍ତ, ଅନନ୍ତ ଓ ସୌମ୍ୟକାନ୍ତ ଉପସ୍ଥିତ ଥିଲେ । ସେ ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ବିଜେଡିର ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ମିତବାପା ଥିଲେ ।
Prev Post