jayashree

ବିନୋଦ ବିଶ୍ୱାଳଙ୍କ ମାତା ଋକ୍ମଣି ଦେବୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳର ଜଣାଶୁଣା ବ୍ୟକ୍ତି ବିନୋଦ ବିଶ୍ୱାଳଙ୍କ ମାତା ଋକ୍ମଣୀ ବିଶ୍ୱାଳ(୯୬)ଙ୍କ ପଲସଦା ପଞ୍ଚାୟତ ରସମୁଣ୍ତା ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କର ଗୋଟିଏ ମାତ୍ର ପୁଅ ବିନୋଦ ବିଶ୍ୱାଳ, ବୋହୁ, ଗୋଟିଏ ମାତ୍ର ଝିଅ ଓ ନାତି ନାତୁଣୀଙ୍କୁ ଛାଡି ଚାଲି ଯାଇଛନ୍ତି । ତାଙ୍କ ପୁଅ ବିନୋଦ ବିଶ୍ୱାଳ ମୁଖାଗ୍ନି ଦେଇଥିଲେ । ତାଙ୍କର ଅନ୍ତିମ ସଂସ୍କାରରେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ଋକ୍ମଣି ଦେବୀ ଜଣେ ଧର୍ମପରାୟଣ ମହିଳା ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.