jayashree

ପୂର୍ବତନ ବ୍ରହ୍ମପୁର ସାଂସଦ ଅନାଦି ସାହୁଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୂର୍ବତନ ପୋଲିସ ଉଚ୍ଚ ପଦାଧିକାରୀ ତଥା ପୂର୍ବତନ ବ୍ରହ୍ମପୁର ସାଂସଦ ଅନାଦି ସାହୁଙ୍କ କଟକ ସିଡିଏ-୬ ସ୍ଥିତ ତାଙ୍କ ବାସଭବନରେ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ଅନାଦି ସାହୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ସେ ଦୀର୍ଘ ୨ରୁ ୩ ବର୍ଷ ହେବ ଶର୍ଯ୍ୟାଶାୟୀ ଥିଲେ ବୋଲି କୁହାଯାଏ । ଅନାଦି ସାହୁଙ୍କ ଶେଷ ଦର୍ଶନ କରିବା ପାଇଁ କଟକ ସିଡିଏ ସ୍ଥିତ ତାଙ୍କ ବାସଭବନରେ ବହୁ ନେତା, ନେତ୍ତୃବର୍ଗ ଓ ଶୁଭେଚ୍ଛୁଙ୍କ ଭିଡ଼ ଜମିବାରେ ଲାଗିଛି । ଅନାଦି ସାହୁଙ୍କ ଶେଷକୃତ୍ୟ କଟକର ସତୀ ଚଉରାରେ ହେବ ବୋଲି ସୂଚନା ମିଳିଛି । ସେ ଓଡ଼ିଶା ପୋଲିସ ବିଭାଗରେ ଆଇଜି ପଦବୀରେ କାର୍ଯ୍ୟ କରି ଅବସର ନେବା ପରେ ରାଜନୀତିରେ ଅବତରଣ କରିଥିଲେ । ପ୍ରଥମେ କଟକରେ ଏବଂ ପରେ ବ୍ରହ୍ମପୁର ଆସନରେ ସାଂସଦ ପାଇଁ ପ୍ରାର୍ଥୀ ହୋଇ ପ୍ରତିଦ୍ୱନ୍ଦିତା କରିଥିଲେ । ସାଂସଦ ପ୍ରାର୍ଥୀରେ ନିର୍ବାଚନରେ ଲଢ଼ି ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ । ସେ ୧୯୯୯ରୁ ୨୦୦୪ ମଧ୍ୟରେ ବିଜେପି ପକ୍ଷରୁ ବ୍ରହ୍ମପୁର ସାଂସଦ ଥିଲେ । ସେ ଜଣେ ଦକ୍ଷ ରାଜନୈତିକ ଓ ସୁସାହିତ୍ୟିକ ଥିଲେ । ତାଙ୍କରି ନିଜସ୍ଵ ଲେଖାରେ କେତୋଟି ପୁସ୍ତକ ପ୍ରଣୀତ ଓ ପ୍ରକାଶନ କରିଥିଲେ । ସାହିତ୍ୟ କ୍ଷେତ୍ରରେ ମଧ୍ୟ ଅନାଦିଙ୍କର ଅନେକ ସୃଷ୍ଟି ସମ୍ଭାର ଅବଦାନ ରହିଛି । ସେ ପାର୍ଲିଆମେଣ୍ଟର ସଦସ୍ୟ ଥିଲା ବେଳେ ଭାରତ ସହ ଅନେକ ଦେଶର ଅର୍ଥନୈତିକ, ସାଂସ୍କୃିତିକ, ସାମାଜିକ ଓ ଭାତୃତ୍ତ୍ଵ ସମ୍ପର୍କ ସ୍ଥାପନ କରିବା ଉଦ୍ଦେଶ୍ୟର ଅହରହ ଉଦ୍ୟମ କରିଥିଲେ । ଏଥି ପାଇଁ ବହୁ ଦେଶ ସହ ସୁସମ୍ପର୍କ ରକ୍ଷା କରିବା ଦିଗରେ ଅନେକ ଦେଶ ଗସ୍ତରେ ଯାଇ ଅନେକ ସମ୍ମିଳନୀରେ ଅଂଶଗ୍ରହଣ କରି ଆସିଥିଲେ ।

Leave A Reply

Your email address will not be published.