ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ଆଇନଜୀବୀ ରଘୁନାଥ ମହାନ୍ତି (୭୮)ଙ୍କ ରବିବାର ପ୍ରତ୍ୟୁଷରେ ତାଙ୍କ ଛତ୍ରପୁରସ୍ଥ ନିଜସ୍ୱ ବାସଭବନରେ ପରଲୋକ ହୋଇଯାଇଛି । ସେ ଜୀବନର ଶେଷ ପର୍ଯ୍ୟନ୍ତ ଆଇନଜୀବୀ ଭାବେ କାର୍ଯ୍ୟରତ ଥିଲେ । ୧୯୯୧-୯୩ ପର୍ଯ୍ୟନ୍ତ ଛତ୍ରପୁର ବାର-ଆସୋସିଏସନ୍ରେ ସଭାପତି ଭାବେ ଦାୟିତ୍ୱରେ ଥିଲେ । ଦକ୍ଷତାର ସହ ଓକିଲାତି କରି ସେ ବେଶ ଖ୍ୟାତି ଅର୍ଜନ କରି ଆସିଥିଲେ । ତାଙ୍କର ଦୁଇ ପୁଅ ଓ ଜଣେ ଝିଅ ଗୋଟିଏ ନାତି ଅଛନ୍ତି । ମୃତ୍ୟୁ ଖବର ପାଇବା ପରେ ଜ୍ଞାତି-କୁଟୁମ୍ବ, ବନ୍ଧୁ-ବାନ୍ଧବ, ସାହି, ପଡ଼ିଶା, ସହରର ବହୁ ଓକିଲ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ ଏବଂ ସ୍ୱର୍ଗତ ମହାନ୍ତିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଶେଷ ସମ୍ମାନ ଜଣାଇଥିଲେ । ଆଜି ମଧ୍ୟାହ୍ନରେ ଛତ୍ରପୁରରୁ ପୁରୀ ସ୍ୱର୍ଗଦ୍ୱାର ନେଇ ସେଠାରେ ତାହାଙ୍କ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ କରାଯାଇଛି ।