oom

କୁଇକେଡା ପଞ୍ଚାୟତ ସମିତି ସଭ୍ୟଙ୍କ ପରଲୋକ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କୁଇକେଡା ପଞ୍ଚାୟତ ସମିତି ସଭ୍ୟ ଚାନ୍ଦୁଲାଲ ଭୋଇଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହେଉଥିଲା । ସେ ଆଜି ସକାଳ ସମୟରେ ଅସୁସ୍ଥ ଅନୁଭବ କହି ହଠାତ୍‌ ପଡି ଯାଇ ତାଙ୍କ ମୃତ୍ୟୁ ଘଟିଥିଲା । ସେ ପୂର୍ବରୁ ଗୋଳାବାରୁଦ କାରଖାନାରେ ଚାକିରିରୁ ଅବସର ଗ୍ରହଣ କରିବା ପରେ ସମିତି ସଭ୍ୟ ଭାବେ କୁଇକେଡ଼ା ପଞ୍ଚାୟତରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ତାଙ୍କ ପୁଅ ସୁମନ୍ତ ଭୋଇ ମୁଖାଗ୍ନି ଦେଇଥିଲେ । ମୃତ ଶଯ୍ୟାରେ ତାଙ୍କ ପୁଅ, ଝିଅ ଜ୍ୱାଇଁ ପୁତ୍ର ବଧୂ ପରିବାର ବନ୍ଧୁ ଲୋକମାନେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସରପଞ୍ଚ ଯୁଗଲାଲ ମାଝୀ, ସମିତି ସଭ୍ୟ ନବୀନ ରଣା, ବାଞ୍ଛାନିଧି ବୁଡ଼େକ, ଗୋଳାବାରୁଦ କାରଖାନାର ହରିହର ସିଂ, ବି କେ. ସିଂଦେଓ, ଅରୁଣ ପଟେଲ, ପଦ୍ମମନ ଥପା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଥିଲେ । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି ।

jittmm
Leave A Reply

Your email address will not be published.