ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ହାତୀଶାଲପଡ଼ା ନିବାସୀ ଧର୍ମପରାୟଣା ମହିଳା ସୀତା ନାୟକଙ୍କର ଗତକାଲି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହେଉଥିଲା । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ ଶଯ୍ୟାଶାୟୀ ରହୁଥିଲେ । ଗତ ବୁଧବାର ରାତିରେ ହଠାତ୍ ଚେତାଶୂନ୍ୟ ହୋଇଯିବାରୁ ପରିବାର ଲୋକେ ତାଙ୍କୁ ଭୀମଭୋଇ ମେଡିକାଲକୁ ଆଣିଥିଲେ । ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ଶେଷ ସମୟରେ ତାଙ୍କ ପାଖରେ ପୁଅ ସତ୍ୟ ନାଏକ ଓ ସଞ୍ଜିବ ନାଏକ, ଝିଅ ପୁଷ୍ପାଞ୍ଜଳି ପାଣିଗ୍ରାହୀ, ଶ୍ରଦ୍ଧାଞ୍ଜଳୀ ପାଢି, ପୁଅ ବୋହୁ ଅନୁପମା, ପୁଷ୍ପାଞ୍ଜଳୀ, ଜ୍ୱାଇଁ ଅରକ୍ଷିତ, ବିମଲ, ନାତି କାହ୍ନା, ଦେବାଶିଷ, ଶିବାଶିଷ, ନାତୁଣୀ କ୍ରିଷ୍ଣା, ତୃଷ୍ଣା, ସୋମ୍ୟା ଓ ପରିବାର ଲୋକେ ଉପସ୍ଥିତ ଥିଲେ । ତାଙ୍କର ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା । ପୁଅ ସଞ୍ଜିବ ନାଏକ ମୁଖାଗ୍ନି ଦେଇଥିଲେ । ଏହି ସମୟରେ ସେଲଟେକ୍ସ ଟ୍ରିବ୍ୟୁନାଲ ସଭାପତି ଗୋପାଳ ବେହେରା, ରୁଗୁଡିପଡା ଦୁର୍ଗାପୂଜା ଟ୍ରଷ୍ଟ ସଭାପତି ଚେତନାନନ୍ଦ ପଣ୍ଡା, ଶ୍ରୀକାନ୍ତ ରାଉତ, ହରିନାରାୟଣ ପୂଜାରୀ, ସନ୍ତୋଷ ନାଏକ, ପ୍ରବୀଣ ନାଏକ, ସୁବୋଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯେ ୭ ବର୍ଷ ପୂର୍ବେ ତାଙ୍କର ସ୍ୱାମୀ ଜୁଗଲ କିଶୋର ନାଏକଙ୍କ ଦେହାନ୍ତ ହୋଇଥିଲା । ସୀତା ଜଣେ ମେଳାପୀ, ମିଷ୍ଟଭାଷୀ, ସହଯୋଗୀ ଓ ଧର୍ମପରାୟଣା ମହିଳା ଥିଲେ । ତାଙ୍କର ବିୟୋଗରେ ପରିଜନ ମହଲ ଓ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି ।
Next Post