oom

ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକ୍ଷମର ସଭାପତିଙ୍କ ପରଲୋକ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ସ୍ୱେଛାସେବୀ ଅନୁଷ୍ଠାନ ସକ୍ଷମର ସଭାପତି ତଥା ଗ୍ରାସୀମ କମ୍ପାନୀର ସିନିଅର ଟେକ୍ନିକାଲ ଆସୋସିଏଟ୍‌ ବସନ୍ତ କୁମାର ସାହୁଙ୍କ ପରଲୋକ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ବ୍ରେନ ଷ୍ଟ୍ରୋକରେ ଅକାଳ ବିୟୋଗ ଘଟିଛି । ସେଜଣେ ପରୋପକାରୀ, ମିଷ୍ଟଭାଷୀ, ମେଳାପି ପ୍ରକୃତିର ବ୍ୟକ୍ତିତ୍ୱ ଥିଲେ । ତାଙ୍କର ଅମର ଆତ୍ମର ସଦ୍‌ଗତି କାମନା ପାଇଁ ଘରୋଇ ଶିକ୍ଷାନୁଷ୍ଠାନ ଏସ୍‌ଏମ୍‌ ଟିୟୁଟାରିୟଲରେ ଅନୁଷ୍ଠାନର ପରିଚାଳନା ମୁଖ୍ୟ ଶବର କୁମାର ତାରାଇ, ଇଂ ଗଜେନ୍ଦ୍ର ତରାଇ, ବିରେନ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ୨ମିନଟ ନୀରବ ପ୍ରର୍ଥନା କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପୂର୍ବତନ ସରପଞ୍ଚ ଶ୍ୟାମା ରେଡି, ବଡ଼ ବଜାର ବଣିକ ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକି, ପୂର୍ବତନ କାଉନସିଲର ଡି. କେ ରାଓ, ଭରସାର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ, ଓଡିଶା ସମ୍ବାଦିକ ସଙ୍ଘର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ଗଞ୍ଜାମ ପ୍ରେସ କ୍ଳବ ସମ୍ପାଦକ ବିଦ୍ୟାଧର ସାହୁ, ପୂର୍ବତନ ବିଜେପି ନଗର ସଭାପତି କାନ୍ତାରୀ ଦଳେଇ, ବିଜେଡି ଯୁବ ସଭାପତି ସୁଧୀର ପାଢ଼ୀ, ବିଜେଡି ନଗର ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ ଗ୍ରାସୀମ କମ୍ପାନୀ ୟୁନିଟ୍‌ ହେଡ଼୍‌, ଏଚ୍‌ ଆର୍‌ ହେଡ଼୍‌ ନିରଜ ପଟ୍ଟନାୟକ, ହରିହର ବିଶ୍ୱାଳ, ସୁଦାମ ଜେନା, ପର ମହାଙ୍କୁଡ଼, ଜ୍ଞାନ ରଞ୍ଜନ ସାହୁ, ପୁରୁଣାବନ୍ଧ ଗ୍ରାମ୍ୟ ସଭାପତି ମାଗତା ବେହେରା ପ୍ରମୁଖଙ୍କ ସହ ଆତ୍ମୀୟ ସ୍ୱଜନ ଓ ପ୍ରିୟ ପରିଜନମାନେ ଋଷିକୁଲ୍ୟା ମୁହାଁଣ ନିକଟସ୍ଥ ଶ୍ମଶାନ ଘାଟରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ ।

jittmm
Leave A Reply

Your email address will not be published.