oom

ଜ୍ଞାନେନ୍ଦ୍ର ମହାନ୍ତିଙ୍କ ପରଲୋକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ତୁଳସୀନଗର ନିବାସୀ ଜ୍ଞାନେନ୍ଦ୍ର କୁମାର ମହାନ୍ତି (୬୦)ଙ୍କ ଶୁକ୍ରବାର ଭୁବନେଶ୍ୱର ଏମ୍‌ସ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ମହାନ୍ତି ବଲାଙ୍ଗିର ସହରରେ ପାଠ୍ୟ ପୁସ୍ତକ ପ୍ରସାରଣ ଆନ୍ଦୋଳନର ଜଣେ ଆଗଧାଡିର ସଦସ୍ୟ ଥିଲେ । ବଲାଙ୍ଗିର ପୁସ୍ତକ ବିକ୍ରେତା ଏବଂ ମୁଦ୍ରଣ ସଂଘର ସେ ସହଯୋଗୀ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ବଲାଙ୍ଗିର ବହିହାଟ ଆୟୋଜନରେ ତାଙ୍କର ସକ୍ରିୟ ଭୂମିକା ରହିଥିଲା । ପ୍ରାୟ ୫ ମାସ ତଳେ ଅନୁଗୁଳଠାରେ ଏକ ସଡକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ । ତେବେ ପ୍ରାୟ ୧ ମାସ ତଳେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବାରୁ ତାଙ୍କୁ ପୁଣି ଥରେ ଭୁବନେଶ୍ୱରର ଏମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ତାଙ୍କର ଅବସ୍ଥା ଉଦ୍‌ବେଗଜନକ ହୋଇପଡିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ଣ ପ୍ରାୟ ସାଢ଼େ ୪ଟା ସମୟରେ ତାଙ୍କର ବିୟୋଗ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କ ପାଖରେ ସ୍ତ୍ରୀ ଗାୟତ୍ରୀ, ଝିଅ ସାଇଶ୍ରୀ, ପୁଅ ପ୍ରଭୁଦତ୍ତ, ଭାଇ ସାମ୍ବାଦିକ ସୁନୀଲ ମହାନ୍ତି ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ସ୍ୱର୍ଗତ ମହାନ୍ତିଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିବା ଜଣାପଡିଛି । ଜ୍ଞାନେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ବଲାଙ୍ଗିର ପୁସ୍ତକ ବିକ୍ରେତା ଏବଂ ମୁଦ୍ରଣ ସଂଘ ସଭାପତି ଅଜିତ କୁମାର ମହାନ୍ତି, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ହରି ନାରାୟଣ ପୂଜାରୀ, ପ୍ରେସ କ୍ଳବ୍ ସଭାପତି ଅରୁଣ ମିଶ୍ର, ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ଶିଶିରକାନ୍ତ ଶତପଥି ଗଭୀର ଶୋକବ୍ୟକ୍ତ କରିଛନ୍ତି ।

jittmm
Leave A Reply

Your email address will not be published.