oom

ଡାକ୍ତର ଦୀନବନ୍ଧୁ ସାହୁଙ୍କ ପରଲୋକ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସୁନାମଧନ୍ୟ ଡାକ୍ତର ତଥା ଭାରତୀୟ ଚିକିତ୍ସକ ସଂଘ ବରଗଡ଼ ଶାଖାର ଆଜୀବନ ସଦସ୍ୟ ଡାକ୍ତର ଦୀନବନ୍ଧୁ ସାହୁଙ୍କ ପରଲୋକ ହୋଇଥିବା ଜଣାପଡିଛି । ଗତକାଲି ତାଙ୍କ ହଲଦୀପାଲି ବାସଭବନରେ ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହେଉଥିଲା । ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କୁ ସେ ଚିକିତ୍ସା ସେବା ଯୋଗାଇ ଆସୁଥିଲେ । ତାଙ୍କ ବିୟୋଗରେ ଭାରତୀୟ ଚିକିତ୍ସକ ସଂଘ ବରଗଡ଼ ଜିଲ୍ଲା ଶାଖା ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ସମୟରେ ତାଙ୍କ ପରିବାର ସଦସ୍ୟଙ୍କ ସମେତ ପୁଅ ଡାକ୍ତର ଦୁର୍ଗା ପ୍ରସାଦ ସାହୁ ଉପସ୍ଥିତ ଥିଲେ । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଆଇଏମ୍‌ଏ ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ଡାକ୍ତର ପ୍ୟାରେଲାଲ ତ୍ରିପାଠୀ, ଡାକ୍ତର ସରୋଜ କୁମାର ଯୋଶୀ, ଡାକ୍ତର ପ୍ରଶାନ୍ତ କିଶୋର ଦାଶ, ଡାକ୍ତର ବିନୟ ବେହେରା, ଡାକ୍ତର କଲ୍ଲୋଲା ବେଜ, ଡାକ୍ତର ଦୁର୍ଗା ପ୍ରସାଦ ଦାଶ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.