ବଲାଙ୍ଗିର, (ଦେବାଶିଷ ମିଶ୍ର) : ତୁଳସୀନଗର ନିବାସୀ ମହାଦେଇ ବାଗଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କ ସ୍ୱାମୀ ଶ୍ରୀଧର ବାଗ, ପୁତ୍ର ଏକାଦଶୀ ବାଗ, ଦିଲିପ ବାଗ, ରବୀନ୍ଦ୍ର ବାଗ(ଟୁନୁ)ଙ୍କ ସହିତ ନାତି, ନାତୁଣୀ, ବୋହୂ, ଝିଅ, ଜ୍ୱାଇଁ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ତାଙ୍କ ଶବ ସତ୍କାର ବିଜାଖମନ ସ୍ଥିତ ଶ୍ମଶାନରେ ସମ୍ପନ୍ନ ହୋଇଥିଲା । ଜ୍ୟେଷ୍ଠ ପୁତ୍ର ଏକାଦଶୀ ବାଗ ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି ।
Prev Post