ବହଲି ଗାଁର ‘ବିରାଟ ପର୍ବ’ରେ ଦୀର୍ଘ ଚାରି ଦଶନ୍ଧି ଧରି ମୁଖ୍ୟ ପୁରୋଧା ସାଜିଥିବା ତଥା ବିରାଟ ରାଜା ଅଭିନୟ କରୁଥିବା ବିରଞ୍ଚି ପାଧାନ ଆଉ ନାହାନ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବହଲି ଗାଁର ବିରଞ୍ଚି ପଧାନ(୭୫)ଙ୍କ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସାଳୟର ଗତ ବୁଧବାର ଦିନ ସକାଳ ୯ଟା ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ପାଳିତ ପୁଅ ଅନିରୁଦ୍ଧ, ସାନ ଭାଇ ବଶିଷ୍ଠ ପଧାନ ଉପସ୍ଥିତ ଥିଲେ । ସେ ଦୀର୍ଘ ଦିନ ଧରି ପେଟ ରୋଗରେ ଆକ୍ରାନ୍ତ ଥିବାରୁ ବୁର୍ଲାରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ତାଙ୍କର ଆତ୍ମୀୟ ସ୍ୱଜନ ତଥା ଗାଁର ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ତାଙ୍କ ପରିବାର ବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରି ଅମର ଆତ୍ମାର ସତଗତି କାମନା କରିଥିଲେ । ତାଙ୍କ ମର ଶରୀରକୁ ବହଲି ସ୍ଥିତ ଶ୍ମଶାନରେ ସତ୍କାର କରାଯାଇଥିଲା । ତାଙ୍କ ପୁଅ ଅନିରୁଦ୍ଧ ପାଧାନ ମୁଖାଗ୍ନି ଦେଇଥିଲେ । ପ୍ରକାଶ ଯେ, ବହଲି ଗାଁର ପ୍ରତିବର୍ଷ ବୈଶାଖ ମାସରେ ହେଉଥିବା ‘ବିରାଟ ପର୍ବ’ ନାଟକରେ ଦୀର୍ଘ ଚାରି ଦଶନ୍ଧି ଧରି ବିରାଟ ରାଜା ଭୂମିକାରେ ସେ ଅଭିନୟ କରିଥିଲେ ।

Leave A Reply

Your email address will not be published.