ଡାକ୍ତର ପ୍ରାଣବନ୍ଧୁ ଶତପଥୀଙ୍କ ପରଲୋକ

ବଲାଙ୍ଗିର : ବଲାଙ୍ଗିର ଶାନ୍ତିପଡା ନିବାସୀ ଡାକ୍ତର ପ୍ରାଣବନ୍ଧୁ ଶତପଥୀଙ୍କ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହେଉଥିଲା । ସେ ଅଣନିଶ୍ଵାସୀ ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେ ଜଣେ ଅମାୟିକ ବନ୍ଧୁ ପରାୟଣ ସେବା ମନୋଭାବ ପୂର୍ଣ୍ଣ ବ୍ୟକ୍ତି ଥିଲେ । ତାଙ୍କର ଦୁଇଟି ପୁତ୍ର ଇଞ୍ଜିନିୟର ଅଭିଜିତ ଓ ଶୁଭମ, ପତ୍ନୀ ଅବସରପ୍ରାପ୍ତ ଅଧ୍ୟାପିକା ବସନ୍ତ ମିଶ୍ର, ବଡଭାଇ ଡାକ୍ତର ହାଡିବନ୍ଧୁ ଶତପଥୀ, ବାଉରୀ ବନ୍ଧୁ, ସାନ ଭାଇ ସାମ୍ବାଦିକ ଗୋପବନ୍ଧୁ ଶତପଥୀ ଓ ଦୀନବନ୍ଧୁ, ଭଉଣୀ ଭବାନୀ, ଜ୍ୱାଇଁ ଜୀବନ ଉପସ୍ଥିତ ଥିଲେ । ମୃତ୍ୟ ଖବର ପାଇ ଅନେକ ବନ୍ଧୁ ବାନ୍ଧବ, ପରିଜନ ତାଙ୍କର ଶେଷ ଦର୍ଶନ କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ । ତାଙ୍କର ଶେଷକୃତ୍ୟ ବଲାଙ୍ଗିର ବିଭୂତିପଡା ଶ୍ମଶାନରେ ହୋଇଥିବା ବେଳେ ବଡ ପୁଅ ଅଭିଜିତ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.