ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ଲିଙ୍ଗରାଜ ମିଶ୍ରଙ୍କର ତାଙ୍କ ଶାନ୍ତିପଡା ସ୍ଥିତ ନିଜ ବସଭବନରେ ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟଜନିତ କାରଣରୁ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ପତ୍ନୀ, ଦୁଇପୁଅ ମାନସ ଓ ତାପସ, ଦୁଇ ଝିଅ ସୁଜାତା ଓ ସଂଗୀତା,ଜ୍ୱାଇଁ ହରେକୃଷ୍ଣ ଓ ନଚିକେତା ଉପସ୍ଥିତ ଥିଲେ । ସ୍ଥାନୀୟ ବିଭୂତିପଡା ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ଓ ବଡପୁଅ ମାନସ ମୁଖାଗ୍ନୀ ଦେଇଥିଲେ । ସ୍ୱର୍ଗତ ଲିଙ୍ଗରାଜ ଜଣେ ସଚ୍ଚୋଟ ଶିକ୍ଷା ଅଧିକାରୀ ରହିବା ସହିତ ବହୁଲୋକଙ୍କ ସହିତ ତାଙ୍କର ସାମାଜିକ ସଂମ୍ପର୍କ ରହିଆସିଥିଲା । ତେଣୁ ତାଙ୍କ ବିୟୋଗରେ ବଲାଙ୍ଗିରରେ ଶୋକରଛାୟା ଖେଳିଯାଇଛି ।

Leave A Reply

Your email address will not be published.