ବିଶିଷ୍ଟ ଶିକ୍ଷାବିତ୍ ତଥା ଧର୍ମପରାୟଣ ବ୍ୟକ୍ତି ହରିହର ମିଶ୍ରଙ୍କ ପରଲୋକ

ଧର୍ମଗଡ, (କେପିଏନ୍‌ଏସ୍‌) : ବିଶିଷ୍ଟ ଶିକ୍ଷାବିତ୍ ତଥା ଧର୍ମପରାୟଣ ବ୍ୟକ୍ତି ହରିହର ମିଶ୍ର(୮୧)ଙ୍କ ଗତକାଲି ସନ୍ଧ୍ୟା ୫ଟା୪୫ ମିନିଟ ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତଃ ମିଶ୍ର ୧୯୬୫ ମସିହାରେ ପରମପୂଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ । ଗାୟତ୍ରୀ ପରିବାରରେ ସେ ଜଣେ ସକ୍ରିୟ ସଦସ୍ୟ ଥିଲେ । ସ୍ୱର୍ଗତଃ ମିଶ୍ର ଧର୍ମଗଡ ହାଇସ୍କୁଲରେ ତାଙ୍କର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ପରେ ସେ ୧୯୬୯ ମସିହାରୁ ୧୯୭୮ ପର୍ଯ୍ୟନ୍ତ ଗାୟତ୍ରୀ ତପୋଭୂମି ହରିଦ୍ଵାରରେ ଅବସ୍ଥାନ କରି ଯୁଗ ନିର୍ମାଣ ମାସିକ ଧର୍ମୀୟ ପୁସ୍ତକର ସମ୍ପାଦକ କାର୍ଯ୍ୟ ତୁଲାଇ ଥିଲେ । ୧୯୭୨ ମସିହାରେ ତିନିଖଣ୍ଡ ଗାୟତ୍ରୀ ମହାବିଜ୍ଞାନର ଓଡ଼ିଆ ଅନୁବାଦ ଓ ୧୯୯୫ରୁ ୨୦୦୦ ମସିହାରେ ଚାରି ବେଦର ଆଠଖଣ୍ଡ ଓଡ଼ିଆ ଅନୁବାଦ ସହିତ ଏକ ଲକ୍ଷରୁ ଅଧିକ ଘରେ ବେଦ ସ୍ଥାପନ କରାଇଥିଲେ । ୨୦୦୩ରୁ ୨୦୦୮ ପର୍ଯ୍ୟନ୍ତ ଓଡ଼ିଆ ପ୍ରଜ୍ଞା ଅଭିଜାନର ଅନୁବାଦ, ସମ୍ପାଦନା, ମୁଦ୍ରଣ ଓ ପ୍ରକାଶନ କରିଥଲେ । ଏନେଇ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଓଡିଶା ପ୍ରାନ୍ତ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାଛଡା ତାଙ୍କୁ ରମାନାଥ ମିଶ୍ର ଫାଉଣ୍ଡଡେସନ୍, ବଲାଙ୍ଗିର ପକ୍ଷରୁ ୨୦୧୨ମସିହାରେ ଯୁଗ ବଶିଷ୍ଠ ସମ୍ମାନରେ ତାଙ୍କୁ ସମ୍ମାନୀତ କରାଯାଇଥିଲା । ହରିଦ୍ଵାରରୁ ଫେରିବା ପରେ ସେ ରାମକୃଷ୍ଣ ହାଇସ୍କୁଲ, ବ୍ରାହ୍ମଣ ଛେଣ୍ଡିଆରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିଲେ । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି ।

Leave A Reply

Your email address will not be published.

error: Content is protected !!