ସାପ କାମୁଡ଼ାରେ ଧର୍ମ ପରାୟଣା ମହିଳାଙ୍କ ପରଲୋକ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଆରୁହାବୃତ୍ତି-୧ ପଞ୍ଚାୟତସ୍ଥିତ ମନୁନଗର ଗ୍ରାମରେ ଧର୍ମ ପରାୟଣା ମହିଳା ଶ୍ରୀମତୀ ଭବାନୀ ପାଳଙ୍କର ବିଷଧର ସର୍ପ ଦଂଶନରେ ୫୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସୂଚନା ଅନୁସାରେ ନିଜ ବାସଗୃହ ପଛପଟେ ଗୃହକର୍ମ କରୁଥିବା ବେଳେ ଏକ ବଡ଼ ଗୋଖର ସାପ ତାଙ୍କ ହାତର ପାପୁଲିକୁ ଦଂଶନ କରିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଜିଲ୍ଲା ହସ୍ପିଟାଲକୁ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୁତ୍ୟୁ ହୋଇଯାଇଥିଲା । ଦିବଂଗତା ଶ୍ରୀମତି ପାଳ ଜଣେ ଦରଦୀ ସ୍ନେହୀ ଓ ପରୋପକାରୀ ମହିଳା ଭାବେ ଗ୍ରାମ ତଥା ପଞ୍ଚାୟତରେ ସମସ୍ତଙ୍କର ଆଦରଣୀୟା ଥିଲେ । ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା କ୍ଷଣି ସବୁଠି ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁରେ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ, ବ୍ଲକ ଅଧକ୍ଷ ପ୍ରବୀର କୁମାର ଗିରି, ପ୍ରମେୟ ଉତ୍ତର ଓଡି଼ଶା ମୁଖ୍ୟ ସତ୍ୟଶିବ ଦାସ ଗଭୀର ଶୋକ ପ୍ରକାଶ କରିବା ସହ ସମାଜସେବୀ ତଥା ବିଧାୟକଙ୍କ ପ୍ରତିନିଧି ବିଶ୍ୱଜିତ ଦାସ, କାଳିଚରଣ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ବେହେରା, ଆଇନଜୀବୀ ରାଜକିଶୋର ଜେନା, ସରପଞ୍ଚ ଗୀତାରାଣୀ ଜେନା, ବ୍ଲକ ସଦସ୍ୟା ଅଞ୍ଜଳି ଜେନା, ନାଏବ ସରପଞ୍ଚ ଶ୍ରୀକୃଷ୍ଣ ପାଳ, ଶିକ୍ଷକ ଦେବବ୍ରତ ଦେ, ସମାଜସେବୀ ଯୋଗେନ୍ଦ୍ର ନାଥ ପାଳ, ସୁବ୍ରତ କୁମାର ସାହୁ, ରାମଚନ୍ଦ୍ର ପାତ୍ର, ରାମଚନ୍ଦ୍ର ଜେନା, ଅନନ୍ତ ଜେନା, ୱାର୍ଡ ସଭ୍ୟ ଶମ୍ଭୁନାଥ ବାରିକ, ଗୌରହରୀ କମିଳା, ଅରୁଣ ଜେନା, ମମତା ପରିଡା, କାର୍ତ୍ତିକ ଚନ୍ଦ୍ର ଜେନା, ଧିରେନ ମୁଖି, ବାଦଲ ଚନ୍ଦ, ପ୍ରଦୀପ ଚନ୍ଦ, ଗଦାଧର ଦାସ ପ୍ରମୁଖ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ତିନି ପୁତ୍ର ରାଜକିଶୋର, ବ୍ରଜକିଶୋର, ଯଜ୍ଞେଶ୍ୱର, ଝିଅ ସସ୍ମିତା ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ସୁବର୍ଣ୍ଣରେଖା ତଟରେ ଅନ୍ତିମ ସଂସ୍କାର କରାଯାଇଥିଲା । ସାନ ପୁଅ ଯଜ୍ଞେଶ୍ୱର ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.