ଅଗ୍ନିବୀର ନିଯୁକ୍ତି ରାଲି ନିମନ୍ତେ ଅନଲାଇନ ନାମ ପଞ୍ଜିକରଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସେନାବାହିନୀରେ ଅଗ୍ନିବୀର ନିଯୁକ୍ତି ରାଲି ଅଗ୍ନିପଥ ଯୋଜନାରେ ଅବିବାହିତ ପୁରୁଷଙ୍କ ପାଇଁ ଚୟନ ପ୍ରକ୍ରିୟା ୨୦୨୩-୨୦୨୪ ନିମନ୍ତେ ଅନ୍‌ଲାଇନ ନାମ ପଞ୍ଜିକରଣ ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ସୁବର୍ଣ୍ଣପୁର ଜିଲ୍ଲାର ଇଛୁକ ଯୋଗ୍ୟ ପ୍ରାର୍ଥୀ ଅନ୍‌ଲାଇନରେ ନାମ ପଞ୍ଜିକରଣ କରିପାରିବେ ବୋଲି ସମ୍ବଲପୁର ସ୍ଥିତ ସେନାବାହିନୀ ନିଯୁକ୍ତି ଅଧିକାରୀ ଅବଗତ କରାଇଛନ୍ତି । ଅନ୍‌ଲାଇନ ପରୀକ୍ଷା ୨୦୨୩ ଏପ୍ରିଲ ୧୭ରୁ ଆରମ୍ଭ ହୋଇ ମେ’ ୦୪ ମଧ୍ୟରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ । ପ୍ରଥମେ ଆଶାୟୀଙ୍କୁ କମ୍ପ୍ୟୁଟର ଆଧାରିତ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ହେବ । ଏହି ପରୀକ୍ଷା ନିମନ୍ତେ ପ୍ରତ୍ୟେକ ଆଶାୟୀ ଅନ୍‌ଲାଇନ ମାଧ୍ୟମରେ ଟଙ୍କା. ୨୫୦ /- ଫି ପୈଠ କରିବାକୁ ପଡିବ । ରାଲିରେ ଅଂଶ ଗ୍ରହଣ କରିବା ନିମନ୍ତେ ପ୍ରାର୍ଥୀଙ୍କ ବୟସ ସୀମା ୦୧-୧୦-୨୦୦୨ଠାରୁ ତା ୦୧-୦୪ -୨୦୦୬ ସୁଦ୍ଧା ୧୭ ବର୍ଷ ୦୬ ମାସରୁ ୨୧ ବର୍ଷ ମଧ୍ୟରେ ହୋଇ ଥିବା ଆବଶ୍ୟକ । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଗ୍ନିବୀର ଜିଡି ଟେକ୍ନିକାଲ, କ୍ଲର୍କ ଏସ୍‌କେଟି ନିମନ୍ତେ ଦଶମ ପାସ୍‌ ଏବଂ ଅଗ୍ନିବୀର ଟ୍ରେଡ଼ସମେନ ନିମନ୍ତେ ଅଷ୍ଟମ ପାସ ହୋଇଥିବା ଆବଶ୍ୟକ । ସବିଶେଷ ବିବରଣୀ ନିମନ୍ତେ ପ୍ରାର୍ଥୀ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ସୁବର୍ଣ୍ଣପୁର ସହ ଯୋଗାଯୋଗ କରିପାରିବେ ଅଥବା www.joinindianarmy.nic.inକୁ ଯାଇ ସମସ୍ତ ତଥ୍ୟ ତଥା ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଉପରେ ସବିଶେଷ ଅବଗତ ହୋଇ ପାରିବେ ।

Leave A Reply

Your email address will not be published.