jayashree

ଅଗ୍ନିବୀରବାୟୁ ପରୀକ୍ଷା ନିମନ୍ତେ ପଞ୍ଜିକରଣ ଜାରି

  • ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗ ନେଇ ପାରିବେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଗ୍ନିବୀରବାୟୁ ନିଯୁକ୍ତି ପାଇଁ ଅନଲାଇନ ପରୀକ୍ଷା ଆସନ୍ତା ୨୦୨୩ ଜାନୁୟାରୀ ୧୮ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ନିମନ୍ତେ ଅନ୍‌ଲାଇନରେ ପଞ୍ଜିକରଣକୁ ଅନିବାର୍ଯ୍ୟ କରାଯାଇଛି । ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗ ନେଇ ପାରିବେ । ଏଥି ନିମନ୍ତେ ଅନଲାଇନରେ ନାମ ଅଞ୍ଜିକରଣ ନଭେମ୍ବର ୭ରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଇଁ ଖୋଲା ରହିବ । ୨୦୦୨ ଜୁନ୍‌ ୨୭ରୁ ୨୦୦୫ ଡିସେମ୍ବର ୨୭ ତାରିଖ ମଧ୍ୟରେ ଜନ୍ମିତ ପ୍ରାର୍ଥୀମାନେ ଏହି ରାଲିରେ ଅଂଶଗ୍ରହଣ କରିପାରିବେ । ଯୁକ୍ତ-୨ ବିଜ୍ଞାନରେ ଗଣିତ, ପଦାର୍ଥ ବିଜ୍ଞାନ ଓ ଇଂରାଜୀରେ ୫୦ ପ୍ରତିଶତ ନମ୍ବର ସହିତ ମୋଟ ୫୦ ପ୍ରତିଶତ ନମ୍ବର ରଖିଥିବା ପ୍ରାର୍ଥୀ ରାଲିରେ ଭାଗ ନେବା ପାଇଁ ଯୋଗ୍ୟ ହେବେ । https://agnipathvayu.cdac.in ୱେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରି ପ୍ରାର୍ଥୀମାନେ ପଞ୍ଜିକରଣ କରିବା ସହ ଅଧିକ ସୂଚନା ପାଇପାରିବେ ।

Leave A Reply

Your email address will not be published.