ବାରିପଦା, (ଦେବସ୍ମିତ ଚୌଧୁରୀ) : ସାନ୍ତାଳୀ ଆର୍ଟ ଏଣ୍ଡ ଫିଲ୍ମ ଡେଭେଲପମେଣ୍ଟ ଫାଉଣ୍ଡେସନ ଆନୁକୂଲ୍ୟରେ ୭ମ ବାରିପଦା ଜାତୀୟ ଆଦିବାସୀ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଡିସେମ୍ବର ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ । ଜାତୀୟ ସ୍ତରୀୟ ଏହି ପ୍ରତିଯୋଗିତାରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଦୁଇଟି ବିଭାଗ – କ୍ଷୁଦ୍ର ଚଳଚିତ୍ର (୩୦ ମିନିଟ) ଓ ଡକ୍ୟୁମେଣ୍ଟାରି (୪୫ ମିନିଟ) ଫିଲ୍ମ ଗୁଡିକ ଅଂଶଗ୍ରହଣ କରିପାରିବେ ଏବଂ ଇଛୁକ ପ୍ରଯୋଜକ ମାନେ ଅନଲାଇନରେ ନଭେମ୍ବର ମାସ ୨୦ ତାରିଖ ସୁଦ୍ଧା ପଞ୍ଜିକରଣ କରିପାରିବେ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଦୀପକ କୁମାର ବେଶ୍ରା ଜଣାଇଛନ୍ତି । ଫାଉଣ୍ଡେସନର ପ୍ରମୁଖ ପୃଷ୍ଠପୋଷକ ତଥା ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ ଉତ୍ସବର ସଫଳତା କାମନା କରିବା ସହ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର, ଡକ୍ୟୁମେଣ୍ଟାରୀ, ଡେବ୍ୟୁ ନିର୍ଦ୍ଦେଶକ, ଛାତ୍ର ଚଳଚ୍ଚିତ୍ର, ଶିଶୁ ଚଳଚ୍ଚିତ୍ର ଓ ମହିଳା ନିର୍ଦ୍ଦେଶିକାଙ୍କୁ ପୁରସ୍କୃତ କରାଯିବା ସହିତ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ଗୌରବ ଓ ଆଜୀବନ ସଫଳତା ସମ୍ମାନରେ ସମ୍ମାନିତ କରାଯିବ ବୋଲି ଶ୍ରୀ ବେଶ୍ରା ପ୍ରକାଶ କରିଛନ୍ତି ।