ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ରୁ ପଦ୍ମପୁର ଓ ଖପ୍ରାଖୋଲକୁ ସଂଯୋଗ କରୁଥିବା ଜୁରିଆ ବସଷ୍ଟାଣ୍ଡରେ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଲୋକେ ବାହାରୁ କିଣି ପିଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବସକୁ ଅପେକ୍ଷା କରୁଥିବା ଯାତ୍ରୀ ଓ ଜୁରିଆରେ ସମବାୟ ସମିତି ବ୍ୟାଙ୍କ, କିଓସ୍କ ବ୍ୟାଙ୍କିଙ୍ଗ୍ ଶାଖା, ମେଡିକାଲ ଷ୍ଟୋର, କିରାନା ଫଲ ଦୋକାନ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କପଡା ଆଦି ଦୋକାନ ରହିଥିବାରୁ ଆଖପାଖ ଅଞ୍ଚଳରୁ ଲୋକେ ଜୁରିଆ ଗ୍ରାମ, ଉପରେ ନିର୍ଭର କରିଥାନ୍ତି । ଜୁରିଆ ବସଷ୍ଟାଣ୍ଡ ଉପରେ ପ୍ରତ୍ୟେକ ଦିନ ଲୋକେ ନିର୍ଭର କରିଥାନ୍ତି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁଁ ଜୁରିଆ ବସଷ୍ଟାଣ୍ଡରେ ପାନୀୟ ଜଳର ସୁବିଧା ନଥିବାରୁ ବସକୁ ଅପେକ୍ଷା କରୁଥିବା ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ କରୋନା କଟକଣା ଯୋଗୁଁ ଶୁନଶାନ ପରିଲିକ୍ଷିତ ହେଉଛି । ଜୁରିଆ ବସଷ୍ଟାଣ୍ଡରେ ଅନ୍ତତଃ ଟିକେ ପାନୀୟ ଜଳର ବ୍ୟବସ୍ଥା କରାଯାଉ ବୋଲି ଅଞ୍ଚଳବାସୀ ଦାବୀ କରିଛନ୍ତି ।
Prev Post