
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଛତ୍ରପୁର ସହରର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ବସୁଧା ଯୋଜନାରେ ଛତ୍ରପୁର ସହରର ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇଛି । ଯାହାକି ପାନୀୟ ଜଳ ଯୋଗାଣ ଉନ୍ନତି ନିମନ୍ତେ ସହରାଞ୍ଚଳର ରିକାପଲ୍ଲୀ, ରିଜର୍ଭ ପୋଲିସ ଲାଇନ, ଅପର ବସଷ୍ଟାଣ୍ଡ ଅଞ୍ଚଳ ଏବଂ ତତ୍-ସଲଗ୍ନ ଅଞ୍ଚଳର ଲୋକମାନଙ୍କର ପିଇବା ପାଣି ଉଦ୍ଦେଶ୍ୟରେ ପାଣିଟାଙ୍କିର ବ୍ୟବସ୍ଥପାନା ହୋଇଛି । ଏତଦ୍ଦ୍ୱାରା ଛତ୍ରପୁର ପୌରାଞ୍ଚଳର ୪୫୦୦ ବାସିନ୍ଦାଙ୍କ ଘର ଉପକୃତ ହୋଇପାରିବେ । ଏହା ସାଂଗକୁ ଛତ୍ରପୁର ପୌରାଞ୍ଚଳର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପାନୀୟ ଜଳ ଯୋଗାଣର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୧୮କୋଟି ୪୫ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଅମୃତ ଯୋଜନାରେ କାର୍ଯ୍ୟକାରୀ କରିବା ପୂର୍ବକ ମୁଖ୍ୟମନ୍ତ୍ରୀଙ୍କ କର-କମଳରେ ଭର୍ର୍ଚୁଆଲ୍ ମାଧ୍ୟମରେ ଗୁରୁବାର ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି ଅବସରରେ ଛତ୍ରପୁର ରିକାପଲ୍ଲୀ କଲ୍ୟାଣମଣ୍ଡପ ସଭା-ଗୃହରେ ଆୟୋଜିତ ଉକ୍ତ ଭର୍ର୍ଚୁଆଲ୍-ମିଟ୍ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୌର-ନିର୍ବାହୀ ଅଧିକାରୀ ୟାସିର୍ ଅହେମ୍ମଦ, ପାଇପ୍ ଜଳ କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ମୃଦୁ ପାଣିଗ୍ରାହୀ, ଚେୟାରମେନ ଶର୍ମିଷ୍ଠା ପ୍ରଧାନ, ସମସ୍ତ କାଉନସିଲର, ମିଶନ ଶକ୍ତି ମହିଳା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ ।