centurian jitm

ପାଣିରେ ବୁଡି ନାବାଳକ ମୃତ

nschool

ସଇଁତଲା, (ଖୁସିରାଣୀ ସାହୁ) : ବର୍ତ୍ତମାନର ବଡ଼ ଖବର । ପାଣିରେ ବୁଡି ନାବାଳକଙ୍କ ଗଲା ଜୀବନ । ମୃତ ନାବଳକ ଜଣକ ହେଲେ ବଲାଙ୍ଗିର ସହର ଆନନ୍ଦନଗରର ପ୍ରିୟ ଦର୍ଶନ ଜେନା । ସୂଚନାଯୋଗ୍ୟ ଯେ, ପ୍ରିୟଦର୍ଶନ ସଇଁତଲା ଥାନା ଡୁଙ୍ଗୁରିପାଲି ପଂଚାୟତ ସାଉନ୍ତଉପରେ ଗାଁକୁ ଗତକାଲି ଠାରୁ ସମ୍ପର୍କୀୟଙ୍କ ବାହାଘରକୁ ଆସିଥିଲେ । ହେଲେ ଆଜି ଚାରି ଜଣ ସାଙ୍ଗ ଗାଧୋଇବା ପାଇଁ ଯାଇଥିବା ବେଳେ ପ୍ରିୟଦର୍ଶନ ପାଣିରେ ବୁଡି ଯାଇଥିବା ଦେଖି ଅନ୍ୟ ୩ ଜଣ ସାଙ୍ଗ ପ୍ରିୟଦର୍ଶନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ସଇଁତଲା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚଳିତ ବର୍ଷ +୨ ଶେଷ ବର୍ଷ ପରୀକ୍ଷା ଦେଇଥିବା ପରିବାର ଲୋକେ କହିଥିବା ବେଳେ ପ୍ରିୟଦର୍ଶନ ପରିବାରର ଏକମାତ୍ର ପୁଅ ବୋଲି ଜଣାପଡିଛି । ତେବେ ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.