ବରଗଡ଼ ଜିଲ୍ଲାରେ ପନିପରିବା ଚାଷୀ ଅଭାବି ବିକ୍ରୀର ଶିକାର : ମାଗଣାରେ ବାଣ୍ଟିଲେ ପରିବା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କୃଷି ପ୍ରଧାନ ବରଗଡ଼ ଜିଲ୍ଲାରେ ପନିପରିବା ଚାଷୀଙ୍କ ପାଇଁ ଏ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ବଜାର ହୋଇ ପାରି ନଥିବା ବେଳେ ସାଇତି ରଖିବା ପାଇଁ କୋଲ୍ଡ ଷ୍ଟୋରେଜର ବ୍ୟବସ୍ଥା ହୋଇପାରିନାହିଁ । ଫଳରେ ବରଗଡ଼ ଜିଲ୍ଲାର ପନିପରିବା ଚାଷୀ ବେପାରୀଙ୍କୁ କମ୍ ଦରରେ ପନିପରିବା ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି । ଏହାର ପ୍ରତିବାଦରେ ଆଜି ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଦଶ ମାଇଲ ଛକଠାରେ ଚାଷୀ ନେତା ଲିଙ୍ଗରାଜଙ୍କ ନେତୃତ୍ୱରେ ପ୍ରତିବାଦ ଆନ୍ଦୋଳନ କରିଥିଲେ । ବର୍ତ୍ତମାନ ବରଗଡ଼ ଜିଲ୍ଲାରେ ବାଇଗଣ ୨ ରୁ୩ ଟଙ୍କା, ଝୁଣଙ୍ଗ ୩ ରୁ ୪ ଟଙ୍କା, କଲରା ୩ ରୁ ୪ଟଙ୍କାରେ ବେପାରୀ ମାନେ ମୁଳଚାଳ କରି କିଣୁଛନ୍ତି । ଫଳରେ ଚାଷୀମାନେ ଚାଷରେ ଖର୍ଚ୍ଚ ହୋଇଥିବା ଟଙ୍କା ମଧ୍ୟ ପାଉନାହାନ୍ତି । ଏହି ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ବହୁ ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରତିକାର ହୋଇନାହିଁ । ଏହାର ପ୍ରତିବାଦରେ ଆଜି ଚାଷୀ ମାନେ ସୋହେଲା ବ୍ଲକର ଦଶ ମାଇଲ ଛକରେ ପରିବା ରଖି ପ୍ରତିବାଦ କରିବା ସହ ମାଗଣାରେ ପାରିବା ବାଣ୍ଟିଥିଲେ ।

Leave A Reply

Your email address will not be published.