oum

ବର୍ଷା ପାଇଁ ଲୋକେ କଲେ ପାଣି ପ୍ରହରୀ

jsm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପରମ୍ପରା ଓ ବିଶ୍ୱାସ ଆଗରେ ହାର ମାନିଛି ଆଧୁନିକ ବିଜ୍ଞାନ । ମଣିଷ ଚନ୍ଦ୍ରକୁ ଯାଇ ବସବାସ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଏପଟେ କିନ୍ତୁ ବର୍ଷା ହେବା ପାଇଁ ଲୋକେ ନାମଯଜ୍ଞ ବା ପାଣିପ୍ରହରୀ କରିଥିବା ଜଣାଯାଇଛି । ଚଳିତ ବର୍ଷ ଯୋଡ଼ା ଶ୍ରାବଣ ଶେଷ ହେବାକୁ ବସିଥିବା ବେଳେ ଆଶାନୁରୂପ ବର୍ଷା ହେଉ ନ ଥିବାରୁ କୃଷିକାର୍ଯ୍ୟକୁ ନେଇ ସାଧାରଣ ଲୋକଙ୍କଠାରୁ ଚାଷୀ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ପଡ଼ି ଯାଇଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଞ୍ଚଳରେ ଭଲ ବର୍ଷା ହେବା ପାଇଁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଆଭ୍ୟନ୍ତରୀଣ ରେଙ୍ଗାଲି ଗ୍ରାମରେ ପାଣିପ୍ରହରୀ ବା ପାଣି ନାମଯଜ୍ଞ କରାଯାଇଥିଲା । ଗ୍ରାମର ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ପରାମର୍ଶ କ୍ରମେ ସନ୍ଧ୍ୟା ସାଢ଼େ ୬ ଟା ରୁ ସକାଳ ସାଢେ ୬ ଟା ପର୍ଯ୍ୟନ୍ତ ଚାରି ପ୍ରହର ସକାଶେ ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନାମଯଜ୍ଞ କରାଯାଇଥିଲା । ଏଥିରେ ଆଖପାଖ ଅଞ୍ଚଳର ମହିଳା ସଂକୀର୍ତ୍ତନ ଦଳ ସମେତ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

Leave A Reply

Your email address will not be published.