
- ହାତ ଟେକି ଦେଉଛି ଜି ଆରପି ନାଁ ଅଛି ଆଧୁନିକୀକରଣ ବ୍ୟବସ୍ଥା ଫାଇଦା ଉଠାଉଛନ୍ତି ଚୋର : ଡକାୟତ, ଦୁର୍ବୃତ୍ତ
ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ରଲୱେ ଷ୍ଟେସନର ଜିଆରପି ଆଉଟ୍ ପୋଷ୍ଟ, ତାର ଦୟନୀୟ ଅବସ୍ଥା କହିଲେ ନ ସରେ, ଜରାଜୀର୍ଣ୍ଣ ଅବସ୍ଥାର ଚାଲିଛି ଫାଣ୍ଡି । ବର୍ଷକୁ ଏକାଧିକ ମୋକଦ୍ଦମା ସହ ଚୋରୀ ରାହାଜାନୀ ସାଙ୍ଗକୁ ଦୁର୍ବୃତ୍ତଙ୍କ ପାଦୃଭାବ ଅସୀମ । କଣ୍ଟାବାଞ୍ଜି ରେଲୱେ ସୁବିଧା ଥିବାରୁ ଅନେକ ଦୂର ଦୁରାନ୍ତରୁ ଯାତ୍ରୀ ରାତି ଦିନ ଯିବା ଆସିବା କରନ୍ତି କିନ୍ତୁ ତାଙ୍କ ସୁରକ୍ଷା ପାଇଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁ ଥିବା ବେଳେ ତାର ବ୍ୟତିକ୍ରମ ଦେଖାଇବାକୁ ମିଳିଛି ଏହି ଆଉଟ୍ ପୋଷ୍ଟରେ । ଆଧୁନିକ କରଣର ବ୍ୟବସ୍ତା ମୋଟେ ନାହିଁ, ଅଧିକାରୀ କର୍ମଚାରୀଙ୍କ ସଂଖ୍ୟା ଯେତେ ଆବଶ୍ୟକ ସେତେ ନାହିଁ । ନା ଅଛି ସେମାନଙ୍କଠାରେ ଅପରାଧ ନିୟନ୍ତ୍ରଣ କରିବାରର ବ୍ୟବସ୍ତା । ନିତି ପ୍ରତିଦିନ ଚୋରୀ, ମାଡପିଟ, ଡକାୟତି ଭଳି ଅନେକ ସଙ୍ଗୀନ ଅପରାଧ କ୍ରମାଗତ ବଢ଼ିବାରେ ଲାଗିଛି । ଯାହାର ଲାଭ ଓ ଫାଇଦା ଉଠାଉଛନ୍ତି ଦୁର୍ବୃତ୍ତ । ଅନେକ ସମୟରେ ବୁଲୁଛି ଖଣ୍ଡା, ଧାରୁଆ ଅସ୍ତ୍ର ଓ ଶିକାର ହେଉଛନ୍ତି ନିରୀହ ଯାତ୍ରୀ । ମୋବାଇଲ୍ ଚୋରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସମ୍ପୂର୍ଣ ନାହିଁ ନାହିଁରେ ଚାଲିଚି ଏହି ଆଉଟ୍ ପୋଷ୍ଟ । ସ୍ଥାନୀୟ ପୋଲିସ ଥାନା କିମ୍ବା ରେଲୱେ ପୋଲିସ (ଆର୍ ପି ଏଫ୍) କୌଣସି ମତେ ସହଯୋଗ କରୁ ନ ଥିବା ଦେଖାଇବାକୁ ମିଳୁଛି । ବର୍ଷକ ତମାମ ପ୍ରାୟ ଶତାଧିକ ଅପରାଧ ମାମଲା ରୁଜ୍ଜୁ ହେଉଥିବା ବେଳେ ତାହା ଟିଟିଲାଗଡ଼ ଜି ଆର ପି ଥାନାରେ ମାମଲାର ବିଚାର ଓ କାର୍ଯ୍ୟନୁଷ୍ଠାନ ହେଉଅଛି । ସମୁଦାୟ ଏହି ଆଉଟ୍ ପୋଷ୍ଟରେ ଆଠ ଜଣ କର୍ମଚାରୀଙ୍କ ଡ୍ୟୁଟି ଥିବା ବେଳେ ମାତ୍ର ୩/୪ଜଣ କାର୍ଯ୍ୟରତ ରହୁଚନ୍ତି ବାକି ତକ ଅନ୍ୟାନ୍ୟ କାର୍ଯ ରେ ହଉଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି । ଏହି କଣ୍ଟାବାଞ୍ଜି ଆଉଟ୍ ପୋଷ୍ଟ, କଣ୍ଟାବାଞ୍ଜିରୁ ଖରିଆରୋଡ ଯୋଙ୍କ ଥାନା ପର୍ଯ୍ୟନ୍ତ ପରିସୀମା ଥିବା ବେଳେ ପୁଣି କଣ୍ଟାବାଞ୍ଜିରୁ ମୁରିବହାଲ ଥାନା ପର୍ଯ୍ୟନ୍ତ ଏହାର କାର୍ଯ୍ୟ ଦୂରତା ପରିସୀମା ରହିଅଛି । ତେବେ ଏତେ ପରିସୀମା ଭିତରେ ଏଭଳି ଅକର୍ମଣ୍ୟ ଆଉଟ୍ ପୋଷ୍ଟ କେମିତି କାର୍ଯ୍ୟ ତୁଲାଉଛି ତାହା ଏକ ବଡ଼ ପ୍ରଶ୍ନ ଅଟେ ।