ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଣିର ସମସ୍ୟା : ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ

ତୁରେକେଲା, (କୈଳାଶ ସଗ୍ରିଆ) : କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପୁଟାପଡା, ମାନ୍ଦଲା ସ୍କୁଲ ତିଆରି କରିବା ପ୍ରାୟ ୧୨ ବର୍ଷ ହୋଇଯାଇଥିଲେ ସୁଦ୍ଧା ଏଯାଏଁ ପାଣିର ବ୍ୟବସ୍ଥା ଶୌଚାଳୟର ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଏହି ସ୍କୁଲରେ ସର୍ବ ମୋଟ ୪୭ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଏଭଳି ଖରା ସମୟରେ ଛାତ୍ରଛାତ୍ରୀମାନଙ୍କୁ ପିଇବାକୁ ପାଣି ମୁନ୍ଦେ ମିଳୁନାହିଁ । ରାନ୍ଧୁଣିଆ ମାନେ ଦେଢ କିଲୋମିଟର ଦୂରକୁ ଯାଇ ପାଣି ଯୋଗାଉଛନ୍ତି । ଏନେଇ ପ୍ରଧାନ ଶିକ୍ଷକ ଅନେକ ଥର ସରପଞ୍ଚ, ଗୋଷ୍ଠୀ ଶିକ୍ଷା ଅଧିକାରୀ ତୁରେକେଲାଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ କରିନଥିବା ଅଭିଯୋଗ ହୋଇଛି । ଏନେଇ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ କହିଛନ୍ତି ଯେ ଆମ ସ୍କୁଲରେ ପାଣିର ସୁବିଧା, ଶୌଚାଳୟର ସୁବିଧା ନ କରାଗଲେ ଆଗାମୀ ଦିନରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ସୃଷ୍ଟି କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.