ଅସରାଏ ବର୍ଷାରେ ରାସ୍ତା ଉପରେ ଜମିଲା ପାଣି : ୱାର୍ଡ ନମ୍ବର ୧୪ର ଅବ୍ୟବସ୍ଥା ବୁଲି ଦେଖିଲେ ଟିଟିଲାଗଡ ପୌର ଅଧ୍ୟକ୍ଷା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରସ୍ତାବ ମଧ୍ୟ ପାସ ହୋଇଛି । ପରିତାପର ବିଷୟ ରବିବାର ରାତିରେ ଅସରାଏ ବର୍ଷା ଯୋଗୁଁ ସହରର ବିଭିନ୍ନ ୱାର୍ଡ ଏବଂ ମୁଖ୍ୟ ରାସ୍ତାମାନଙ୍କରେ ପାଣି ଜମା ହୋଇ ରହିଥିଲା । ସେ ଭିତରୁ ଜଲାରାମ୍ ଲଜଠାରୁ ରେଳ ଷ୍ଟେସନ ଯିବା ରାସ୍ତାରେ ପାଣି ଜାମ ହୋଇ ରହିଛି । ସେହିପରି ପୌର ପରିଷଦ ୱାର୍ଡ ନମ୍ବର ୧୪ରେ ପାଣି ନିଷ୍କାସନ ନ ହେବା ଯୋଗୁଁ ଲୋକଙ୍କ ଘର ଆଗରେ ପାଣି ଜମା ହୋଇ ରହିଥିବା ନେଇ ଅଭିଯୋଗ ପାଇ ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ତାଙ୍କର ସମର୍ଥକଙ୍କ ସହ ଯାଇ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଦୁଃଖ ପ୍ରକାଶ କରିଥିଲେ ।

ଅଧ୍ୟକ୍ଷାଙ୍କ କହିବାନୁଯାୟୀ ଏହି ସ୍ଥାନ ପରିଦର୍ଶନ ପାଇଁ ତାଙ୍କ ଯନ୍ତ୍ରୀଙ୍କୁ ଡାକିବାରୁ ସେ ଆସିବାକୁ ମନା କରିଦେଲେ । ସେଥିପାଇଁ ସେ ନିଜେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହ ଯଦି ପୌର ନିର୍ବାହୀ ଯନ୍ତ୍ରୀ ସହଯୋଗ ନ କଲେ ପ୍ରଶାସନ ସହ ମିଶି ଏହି ଅସୁବିଧାର ସମାଧାନ ନିଶ୍ଚୟ କରିବି ବୋଲି ଅଧ୍ୟକ୍ଷା କହିଛନ୍ତି । ସରକାରଙ୍କ ଯୋଜନାକୁ ସଫଳ ରୂପାୟନ କରିବା ଜନ ପ୍ରତିନିଧିଙ୍କ ଦାୟିତ୍ଵ, ଲୋକ ଆମକୁ ଭୋଟ ଦେଇ ନିର୍ବାଚିତ କରିଛନ୍ତି । ଯଦି ଏହି ଲୋକମାନଙ୍କ ସମସ୍ୟାର ସମାଧାନ କରି ନ ପାରିବି ତାହେଲେ ସେମାନଙ୍କ ଭୋଟର କ’ଣ ମୂଲ୍ୟ ରହିବ ବୋଲି କ୍ଷୋଭ ପ୍ରକାଶ କରିଥିଲେ ।

Leave A Reply

Your email address will not be published.

error: Content is protected !!