ମନ୍ଦିରରେ ପଶିଲା ଡ୍ୟାମ ପାଣି : ଅନ୍ୟତ୍ର ସ୍ଥାନାନ୍ତର ହେଲେ ବିଗ୍ରହ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତିଖାଲି ଡ୍ୟାମରେ ପାଣି ଭର୍ତ୍ତି ହେଉଥିବା ବେଳେ ଏପଟେ ଉପର ମୁଣ୍ଡ ବିସ୍ଥାପିତ କୋନାବିରା ଗାଁର ଜଗନ୍ନାଥ ମନ୍ଦିରରେ ପାଣି ପଶିବା ପରେ ତିନି ଠାକୁରଙ୍କୁ ଅନ୍ୟ ଏକ ସ୍ଥାନରେ ସ୍ଥାପନା କରି ପୂଜାର୍ଚ୍ଚନା କରାଯାଉଛି । ତିଖାଲି ଡ୍ୟାମରେ କୋନାବିରା ଗାଁ ସମ୍ପୂର୍ଣ୍ଣ ବୁଡି ଅଞ୍ଚଳ ଘୋଷଣା ହେବାସହ ସମସ୍ତଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏବେ ଲଗାଣ ବର୍ଷାରେ ଡ୍ୟାମ ଭର୍ତ୍ତି ହେଉଥିବା ବେଳେ ବୁଡି ଅଞ୍ଚଳରେ ପାଣି ପଶୁଛି । ଯାହା ପାଇଁ ଗାଁରେ ଥିବା ଜଗନ୍ନାଥ ମନ୍ଦିରରେ ମଧ୍ୟ ପାଣି ପଶି ଯାଇଥିଲା । ଶେଷରେ ବାଧ୍ୟ ହୋଇ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ଦେବୀଙ୍କୁ ପୂଜାର୍ଚ୍ଚନା କରି ୨ କିଲୋମିଟର ଦୂରରେ ଅନ୍ୟ ଏକ ସ୍ଥାନରେ ସ୍ଥାପନା କରାଯାଇଛି । ଏହି ସମୟରେ ହରିବୋଲ ହୁଳହୁଳି ସାଙ୍ଗକୁ ଶଙ୍ଖ, ଘଣ୍ଟ ଓ ମୃଦଙ୍ଗରେ ଗାଁ ରାସ୍ତା ପ୍ରକମ୍ପିତ ହୋଇଥିଲା ।

Leave A Reply

Your email address will not be published.